ଫ୍ରିଜରୁ ଦୁର୍ଗନ୍ଧ ବାହାରୁଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ
ଫ୍ରିଜରେ ଖାଦ୍ୟ ପଦାର୍ଥ ରଖି ଅନେକ ଭୁଲି ଯାଆନ୍ତି । ଯାହା ଫଳରେ ଏହି ସବୁ ଖାଦ୍ୟ ଖାଦ୍ୟ ଓ ସାମଗ୍ରୀର ଗନ୍ଧ ମିଶିଯାଇ ଦୁର୍ଗନ୍ଧରେ ପରିଣତ ହୁଏ। ସେହିପରି ଫ୍ରିଜରେ କିଛି ପଚିଗଲେ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ। ତେବେ ଏହି ସବୁ ଦୁର୍ଗନ୍ଧକୁ ହଟାଇବା ପାଇଁ ଆପଣାନ୍ତୁ ସବୁ ଘରୋଇ ଉପାୟ
Kanak News is now on WhatsApp
Join and get latest news updates delivered to you via WhatsApp
କଫି ବିନ୍ସ
ଏକ ଗିନାରେ କିଛି କଫି ବିନ୍ସ ନେଇ ଫ୍ରିଜରେ ରଖନ୍ତୁ। ଏହାଦ୍ବାରା ଫ୍ରିଜରୁ କେବଳ ଦୁର୍ଗନ୍ଧ ଦୂର ହେବନି, ଫ୍ରିଜରେ କଫିର ବାସ୍ନା ଭରିଯିବ।
ଖାଇବା ସୋଡ଼ା
ଏକ ଗିନାରେ ଖାଇବା ସୋଡ଼ା ନେଇ ଫ୍ରିଜରେ ରଖନ୍ତୁ। ଏହାଦ୍ବାରା ଫ୍ରିଜର ଦୁର୍ଗନ୍ଧ ଦୂର ହୋଇଯିବ। ଏହାକୁ ଆପଣ ସ୍ଥାୟୀ ଭାବେ ମଧ୍ୟ ବ୍ୟବହାର କରିପାରିବେ।
କମଳା କିମ୍ବା ପୁଦିନା ରସ
କମଳା କିମ୍ବା ପୁଦିନା ରସ ଦ୍ବାରା ଫ୍ରିଜର ଦୁର୍ଗନ୍ଧ ଦୂର ହେବା ସହ ବହୁତ ଭଲ ବାସ୍ନା ମଧ୍ୟ ହୋଇଥାଏ । କମଳା ଏବଂ ପୁଦିନା ରସରେ ଦୁର୍ଗନ୍ଧ ଦୂର କରିବାର କ୍ଷମତା ରହିଛି । ଯେଉଁ ପାଣିରେ ଫ୍ରିଜ୍ ସଫା କରୁଛନ୍ତି, ସେଥିରେ ଏହି ରସରୁ କିଛି ବୁନ୍ଦା ପକାଇ ଦିଅନ୍ତୁ । ଆପଣ ଚାହିଁଲେ ଏକ ଗିନାରେ ଏହି ରସ ନେଇ ସବୁବେଳ ପାଇଁ ଫ୍ରିଜରେ ରଖିପାରିବେ।
ଲେମ୍ବୁ
ଆପଣ ଚାହିଲେ ଏକ ଗିନା ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ଫ୍ରିଜରେ ରଖିପାରିବେ। କଟା ଲେମ୍ବୁ ମଧ୍ୟ ଦୁର୍ଗନ୍ଧ ଦୂର କରିବାରେ ସହାୟକ ହେବ ।