ବାବ୍ରି ମସଜିଦ୍ ଭଙ୍ଗା ଘଟଣାକୁ ୨୫ ବର୍ଷ ପୂରିଲା : ମସଜିଦ୍ ଭଙ୍ଗା ଘଟଣାରେ ସାମିଲ ଓଡିଆ ବିଜେପି ନେତା ରଖିଲେ ମତ

48

କନକ ବ୍ୟୁରୋ : ବିବାଦୀୟ ବାବ୍ରି ମସଜିଦ୍ ଢାଂଚା ଭାଙ୍ଗିବା ଘଟଣାକୁ ଆଜି ୨୫ ବର୍ଷ ପୂରିଯାଇଛି । ତେବେ ଏହି ଘଟଣା ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି ଓଡ଼ିଶାର ବିଜେପି ନେତା । ବାବ୍ରି ମସଜିଦ୍ ଢାଂଚା ଭାଙ୍ଗିବା ପାଇଁ କରସେବକ ଭାବେ ଯୋଗ ଦେଇଥବା ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି, ଏଥିରେ ସାମିଲ୍ ହୋଇଥିବାରୁ ସେ ଗର୍ବିତ ।

୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ବିବାଦୀୟ ଢାଂଚା ଭଙ୍ଗା ଯାଇଥିଲା । ହଜାର ହଜାର ସଂଖ୍ୟାରେ କର ସେବକ ଏହି ଢାଂଚାକୁ ମାତ୍ର କେଇ ମିନିଟ୍ ଭିତରେ ଧୂଳିସାତ କରି ଦେଇଥିଲେ । ଏହି ଘଟଣା କେବଳ ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ବିଭେଦକୁ ବଢାଇ ଦେଇନଥିଲା, ଭାରତର ପୂରା ରାଜନୈତିକ ଦୃଶ୍ୟପଟକୁ ନୂଆ ମୋଡ ଦେଇଥିଲା । ତେବେ ଇତିହାସରେ ଏହି ବିବାଦୀୟ ଫର୍ଦ୍ଦ ପାଇଁ ଗର୍ବ ଅନୁଭବ କରୁଛନ୍ତି ଓଡ଼ିଶାର ବିଜେପି ନେତା । ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି, ଏଥିପାଇଁ ସେ ଲଜିତ ନୁହଁନ୍ତି । ବଂର ଏଥିପାଇଁ ସେ ଗର୍ବିତ ।

ଗୋଟିଏ ପଟେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଏହି ବାବ୍ରି ମସଜିଦ୍ ଢାଂଚା ଭାଙ୍ଗି ଦେଇଥିଲେ କରସେବକ । ଅନ୍ୟପଟେ ବଦଳି ଯାଇଥିଲା ଭାରତର ରାଜନୀତି । ଏହି ଘଟଣା ପରେ ସାରା ଦେଶରେ ଦେଖିବାକୁ ମିଳିଥିଲା ହିନ୍ଦୁ –ମୁସଲିମ୍ ଭୋଟ ର ଧ୍ରୁବୀକରଣର ପୂର୍ଣ୍ଣ ଚିତ୍ର ।