ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରୀ ନିୟମ ଆବଶ୍ୟକ : ଯୋଗଗୁରୁ ରାମଦେବ କହିଲେ, ତୃତୀୟ ପିଲା ହେଲେ ମତଦାନର ଅଧିକାର ଉପରେ ରୋକ ଲଗାଯିବା ଉଚିତ

390

ଭାରତ ପୃଥିବୀର ଦ୍ଵିତୀୟ ଜନବହୁଳ ଦେଶ । ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ । କେନ୍ଦ୍ର ସରକାର ଏପରି ନିୟମ ଆଣିବା ଦରକାର ଯଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ । ତୃତୀୟ ପିଲା ହେଲେ ଲୋକଙ୍କ ଠାରୁ ମତଦାନର ଅଧକାର ଛଡ଼ାଇ ନେବା ଉଚିତ୍ । ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଂଚିତ କରିବା ଉଚିତ୍ । ସରକାର ନିୟମ ନଆଣିଲେ ଜନସଂଖ୍ୟା ନିୟନ୍ତ୍ରଣର ବିକଳ୍ପ ନାହିଁ ।

ହରିଦ୍ୱାରରେ ରାମଦେବ କହିଛନ୍ତି, ଆଗାମୀ ୫୦ ବର୍ଷରେ ଭାରତର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହୋଇଯିବ । ଆଉ ଏଥିରୁ ଅଧିକ ହେଲେ ହେଲେ ଲୋକେ ହଇରାଣ ହେବେ । ତେବେ ସରକାର ଚାହିଁଲେ କିମ୍ବା କିଛି କଡ଼ା ନିୟ ଆଣିଲେ ହିଁ ଏପରି ସମ୍ଭବ ହୋଇପାରିବ । ଏହାସହ ପୁରା ଦେଶରେ ମଦ କିଣାବିକା ଓ ତିଆରି ଉପରେ ରୋକ ଲଗାଯିବା ଉଚିତ ବୋଲି କହିଛନ୍ତି ରାମଦେବ । ଇସଲାମିକ ଦେଶ ଗୁଡ଼ିକରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ରହିଛି । ଭାରତର ସାଧୁସନ୍ଥଙ୍କ ଭୁମି । ଏଠାରେ ମଧ୍ୟ ମଦ କିଣାବିକା ନେଇ ନିୟମ କଡ଼ାକଡ଼ି ହେବା ଉଚିବ । ଗୋହତ୍ୟା ରୋକିବା ପାଇଁ କେନ୍ଦ୍ର ସରକାର ନିୟମ ଆଣିବା ଉଚିତ ।