ଲଞ୍ଚ ହେଲା ଯୋଗ ଗୁରୁ ରାମଦେବଙ୍କ ବୈଦିକ ଟିଭି ! ଘରେ ଘରେ ପହଞ୍ଚାଇବ ବେଦ ଓ ଉପନିଶଦ୍

132

ଯୋଗ ଗୁରୁ ରାମଦେବ ଲଞ୍ଚ କରିଛନ୍ତି ନିଜର ଏକ ଟିଭି ଚ୍ୟାନେଲ । ଆଧ୍ୟାତ୍ମ ଉପରେ ଆଧାରିତ ବୈଦିକ ଚ୍ୟାନେଲ ଟାଟାସ୍କାଇରେ ପ୍ରସାରିତ କରାଯିବ । ବୁଧବାର ଦିନ ରାମଦେବ ବାବା ସୋସିଆଲ ସାଇଟ ଟ୍ୱିଟର ଜରିଆରେ ଆଧ୍ୟାତ୍ମିକ ଚ୍ୟାନେଲ ଲଞ୍ଚ କରିବାର ସୂଚନା ଦେଇଥିଲେ । ରାମଦେବ ଟ୍ୱିଟରରେ ଲେଖିଛନ୍ତି, ବୈଦିକ ଟିଭି ଲଂଚ ହୋଇସାରିଛି । ଏହା ଟାଟା ସ୍କାଇର ଚ୍ୟାନେଲ ନମ୍ବର ୧୦୭୮ରେ ପ୍ରସାରିତ ହେବ । ଏହି ଚ୍ୟାନେଲରକୁ ଲଞ୍ଚ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବେଦ, ଦର୍ଶନ, ଉପନିଶଦ, ରମାୟଣ, ମହାଭାରତ ଓ ଗୀତାକୁ ଘରେ ଘରେ ପହଞ୍ଚାଇବା । ସୂଚନା ଅନୁସାରେ ଏହି ଚ୍ୟାନେଲର ପ୍ରସାରଣ ଆସ୍ଥା ଟିଭିର ସେଟଅପ ବକ୍ସରେ ମଧ୍ୟ ହୋଇପାରିବ ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଘରୋଇ ସୁରକ୍ଷା ବ୍ୟବସାୟରେ ପ୍ରବେଶ କରିଥିଲେ ଯୋଗଗୁରୁ ରାମଦେବ । ରାମଦେବ “ପରାକ୍ରମ ସୁରକ୍ଷା ପ୍ରାଇଭେଟ ଲିମିଟେଡ’ ନାମରେ ଏକ କମ୍ପାନି ଗଠନ କରିଥିଲେ । ସେ କହିଥିଲେ, ଏହି ସୁରକ୍ଷା ଏଜେନ୍ସି ଦେଶର ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଲାଗି କାର୍ଯ୍ୟ କରିବ । ପ୍ରଥମ ବ୍ୟାଚରେ ୧୦୦ କର୍ମଚାରୀଙ୍କୁ ଏକ ମାସ ହେଲା ତାଲିମ ଦିଆଯାଇଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ କମ୍ପାନିର ଶାଖା ଖୋଲିବ । ବାବା ରାମଦେବଙ୍କ ପରାକ୍ରମ ସିକ୍ୟୁରିଟି ଏଜେନ୍ସି ବିଭିନ୍ନ ସଂସ୍ଥା ଏବଂ କେନ୍ଦ୍ରକୁ ସୁରକ୍ଷା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ସୂଚନା ଦେଇଥିଲେ ।