ମାଲକାନଗିରି : ତେଲ ଟ୍ୟାଙ୍କରରେ ଗୁଜରାଟକୁ ଗଂଜେଇ ଚାଲାଣ ବେଳେ ଡ୍ରାଇଭର ସମେତ ୨ ଜଣ ଗିରଫ

59

କନକ ବ୍ୟୁରୋ : ତେଲ ଟ୍ୟାଙ୍କରରେ ଗଂଜେଇ ଚାଲାଣ । ମାଲକାନଗିରି ଜିଲ୍ଲାରେ ତେଲ ଟ୍ୟାଙ୍କରରେ ଗଂଜେଇ ଚୋରା ଚାଲାଣ ବେଳେ ଧରାପଡିଛି । ଏହି ତେଲ ଟ୍ୟାଙ୍କରକୁ ଜବତ କରିଛି ମାଲକାନଗିରି ପୋଲିସ । ଟ୍ୟାଙ୍କରରୁ ୨ ଟନ୍ ଗଂଜେଇ ଜବତ ହୋଇଛି । ଏହି ଗଂଜେଇ ଗୁଜରାଟକୁ ଚାଲାଣ ହେଉଥିଲା ବୋଲି ଜଣାପଡିଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ । ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।