ରିଲିଜ୍ ହେଲା ଅଜହରର ପ୍ରଥମ ଗୀତ

29

ରିଲିଜ ହୋଇଛି ବଲିଉଡ ଆକ୍ଟର ଇମ୍ରାନ ହାସମୀଙ୍କ ଅଭିନୀତ ଫିଲ୍ମ ଅଜହରର ପ୍ରଥମ ଗୀତ ବୋଲ ଦୋ ନା ଜରା  । ଏହି ଗୀତଟି ସୁଟିଂ ହୋଇଛି ଲଣ୍ଡନରେ । ଗୀତରେ ଇମ୍ରାନ୍ ଓ ଅଭିନେତ୍ରୀ ନର୍ଗିସ୍ ଫକରୀ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଗୀତଟିକୁ ଅମାଲ ମଲ୍ଲିକ କମ୍ପୋଜ କରିଥିବା ବେଳେ ଏହାକୁ ନିଜ କଣ୍ଠରେ ସଜାଇଛନ୍ତି ଅରମାନ ମଲ୍ଲିକ । ଫିଲ୍ମଟି ପୂର୍ବ କ୍ରିକେଟର ଅଜାହରୁଦ୍ଦିନଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ହୋଇଛି । ତେବେ ଫିଲ୍ମଟି ବକ୍ସ ଅଫିସକୁ ମେ ୧୩ ତାରିଖରେ ଆସିବ ।