ମୋବାଇଲରେ ଚଳାନ୍ତୁ ସ୍କୁଟର ! ଯେଉଁଠି ବି ପାର୍କ କଲେ ହେବ ନାହିଁ ଚୋରି

54

ଆଧୁନିକ ଜ୍ଞାନକୌଶଳ ସହିତ ନୂଆ ଜମାନାର ଗାଡ଼ି ପାଇଁ ଟୋ ଏକ୍ସପୋ’ ୨୦୧୮ ର ଆରମ୍ଭ ହୋଇଯାଇଛି । ଚଳିତ ଥର ଅଟୋ ଏକ୍ସପୋ ଯୁବପୀଢ଼ିଙ୍କ ପାଇଁ ବହୁତ କିଛି ଖାସ ନେଇକି ଆସିଛି । ଅଟୋ ଏକ୍ସପୋକୁ ୯ ଫେବୃୟାରୀ ଠାରୁ ସାଧାରଣ ଲୋକେ ଯାଇପାରିବେ । ଏଠାରେ ନୂଆ ଜ୍ଞାନକୌଶଳରେ ନିର୍ମିତ ସ୍କୁଟର ସବୁ ଉପସ୍ଥାପନ କରାଯାଇଛି । ଯାହା ଲୋକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଇଛି । ଆଧୁନିକ ଜ୍ଞାନକୌଶହ ସହ ରହିଛି ଦମଦାର ଫିଚର୍ । ଏଥିରେ ହେଣ୍ଡାର ୫ଜି ସ୍କୁଟର ମଧ୍ୟ ସାମିଲ ରହିଛି । ଅଟୋ ଏକ୍ସପୋ ୨୦୧୮ରେ ହୋଣ୍ଡା ନୂଆ ଆକ୍ଟିଭା ୫ଜି ସ୍କୁଟର ଉପସ୍ଥାପନ କରିଛି । ଏହି ସ୍କୁଟରରେ ଏଲଇଡ଼ି ହେଡ଼ଲିପ୍, ସିଟ ତଳେ ୧୮ ଲିଟରର ଷ୍ଟେରେଜ୍, କମ୍ବି ବ୍ରେକ୍ ଓ ମୋବାଇଲ ଚାର୍ଜିଂ ସକେଟ୍ ପରି ଫିଚର ରହିଛି । ଏହା ବ୍ୟତୀତ ହୋଣ୍ଡାର ଏହି ନୂଆ ସ୍କୁଟର, ଡିଜିଟାଲ ଆନାଲୋଗ୍ କନସୋଲ ଓ ପୁସ ବଟନ ସିଟ୍ ଓପନର ପରି ଶାନଦାର ଫିଚର ରହିଛି ।

ଏହା ବ୍ୟତୀତ Piaggio ଇଣ୍ଡିଆ ଅଟୋ ଏକ୍ସପୋ ୨୦୧୮ରେ ୨୦୧୮ 2018 Aprilia SR 125 ୧୨୫ ସ୍କୁଟର ଲଂଚ କରିଛି । ସୁଜୁକି ମୋଟର ସାଇକିଲ ଇଣ୍ଡିଆ ପ୍ଲାଗସିପ୍ ସ୍କୁଟର Burgman Street (125CC)  ଉପସ୍ଥାପନ କରିଛି । ଅଟୋ ଏକ୍ସପୋରେ ହୀରୋ ମୋଟୋ କୋପ ନିଚର ନୂଆ ୧୨୫ ସିସି ସ୍କୁଟରରୁ ପରଦା ଉଠାଇଛି । କମ୍ପାନୀ MAESTROEDGE125 I DUET125 ୧୨୫ ଓ ଊଟଋଞ୧୨୫ସ୍କୁଟର ଲଂଚ କରିଛି । ହୋଣ୍ଡା ଏଥରର ଅଟୋ ଏକ୍ସପୋରେ ୧୦୦ସିସି ଠାରୁ ଆରମ୍ଭ କରି ୧୮୦ ସିସି ବାଇକ୍ ଓ ସ୍କୁଟର ଉପସ୍ଥାପନ କରିଛି । Piaggio ଅଟୋ ଏକ୍ସପୋରେ ନିଜର ମୋବାଇଲ କନେକ୍ଟିଭିଟି ଆପ ଉପସ୍ଥାପନ କରିଛି । ଏପରି ଏକ ନିଆରାର ଉଦ୍ଭାବନ ଦ୍ୱାରା ଚାଳକ ନିଜ ସ୍କୁଟରକୁ ମୋବାଇଲ ସାହାଯ୍ୟରେ ଅତି ସହଜରେ ଚଳାଇ ପାରିବେ । ଏବଂ ଏଥିରେ ଚୋରି ହେବାର ସମ୍ଭାବାନ ମଧ୍ୟ ଖୁବ କମ୍ ।