ପୁଣି ଟାର୍ଗେଟରେ ସିନେମା ‘ପଦ୍ମାବତୀ’! ପୁରା ସୁଟିଂ ସେଟକୁ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ

18

ସଂଜୟ ଲୀଲା ଭନସାଲୀଙ୍କ ଆଗାମୀ ସିନେମା ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାରେ ଲାଗିନି । ଗତ କିଛି ଦିନ ତଳେ ସୁଟିଂ ସେଟରେ ଉତ୍ତ୍ୟକ୍ତ କରଣୀ ସେନା ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକଙ୍କୁ ମାଡ ମାରିଥିଲେ । ଏବେ ପୁଣି ଥରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ନିର୍ଦେଶକ ସଂଜୟ । ମଙ୍ଗଳବାର ମହାରାଷ୍ଟ୍ର କୋହ୍ଲାପୁରରେ ସୁଟିଂ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ସୁଟିଂ ସେଟରେ ଭଙ୍ଗାରୁଜା କରିବା ସହ ପୁରା ସେଟକୁ ପୋଡି ଦେଇଛନ୍ତି ।

ଭନସାଲୀଙ୍କ ଏହି ସିନେମା ରାଜସ୍ଥାନର ରାଜପୁତ ରାଣୀ ପଦ୍ମବାତୀଙ୍କ ଉପରେ ଆଧାରିତ । ଏଥିରେ ରାଣୀ ପଦ୍ମାବତୀ ଓ ମୁସଲିମ୍ ଶାସକ ଖିଲଜୀଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ କିଛି ଅପତ୍ତି ଜନକ ଦୃଶ୍ୟ ରହିଥିଲା । ତେବେ କିଛି ଦିନ ତଳେ ରାଜସ୍ଥାନର କରଣୀ ସେନା ଏହାକୁ ବିରୋଧ କରି ନା କେବଳ ସେଟରେ ଭଙ୍ଗାରୁଜା କରିଥିଲେ ବରଂ ସଂଜୟଲୀଲା ଭନସାଲୀଙ୍କୁ ମାଡ ମଧ୍ୟ ମାରିଥିଲେ । ଯାହା ଫଳରେ ନିର୍ଦ୍ଦେଶକ ଏହି ସବୁ ଦୃଶ୍ୟକୁ ସିନେମାରୁ ହଟାଇ ଦେଇଥିଲେ । ସିନେମାରେ ମୁଖ୍ୟ ଭୂମିକାରେ ଦୀପିକା ପାଦ୍ୟୁକୋନ୍ ଏବଂ ରଣବୀର ସିଂ ଅଭିନୟ କରୁଛନ୍ତି ।