ଥାନା ପାଖରୁ ପୁରା ଏଟିଏମ ଉଠାଇନେଲେ ଦୁର୍ବୃତ୍ତ ! ଲୁଟିଲେ ୫ଲକ୍ଷ ଟଙ୍କା, ପୋଲିସକୁ ମିଳିଲା ନାହିଁ ନୋଟର ବାସ୍ନା ।

32

ଏଟିଏମ ଚୋରି ହେବା କିଛି ନୂଆ କଥା ନୁହେଁ । ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ ଚୋରି ହେବାର ଘଟଣା ସମ୍ନାକୁ ଆସିଥାଏ । କିନ୍ତୁ ଭୋପାଲର ଖଜୁରୀ ସଡକ ସ୍ଥିତ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମକୁ ଦୁର୍ବୃତ୍ତ ମାନେ ଏପରି ଭାବରେ ଚୋରି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦୁର୍ବୃତ୍ତ ମାନେ ଖଜୁରି ସଡକ ସ୍ଥିତ ଥିବା ଏଟିଏମ ମେସିନକୁ ସମ୍ପୁର୍ଣ୍ଣ ଭାବେ ଉଠାଇନେଇ ଚାଲିଯାଇଥିଲେ । ପରେ ସେହି ଏଟିଏମକୁ ଭାଙ୍ଗି ସେଥିରୁ ୫ ଲକ୍ଷ ଟଙ୍କା ଚୋରି କରିଥିଲେ । ଏଟିଏମ ଠାରୁ ପୋଲିସ ଷ୍ଟେସନ ମାତ୍ର ୨ ଶହ ମିଟର ଦୁରତାରେ ଥଲେ ମଧ୍ୟ ଏଟିଏମ ଚୋରି ସମ୍ପର୍କରେ ପୋଲିଙ୍କୁ କୌଣସି ସନ୍ଧାନ ମିଳିପାରିନଥିଲା । ସବୁଠାରୁ ବଡ କଥା ହେଉଛି ଏଟିଏମ ରୁମ ମଧ୍ୟରେ କୌଣସି ସିସିଟିଭି କ୍ୟାମେରା ଲାଗିନଥିଲା । ଯାହାର ଫାଇଦା ଦୁର୍ବୃତ୍ତ ମାନେ ଉଠାଇଛନ୍ତି ।

ସୂଚନା ମୁତାବକ, ଖଜୁରି ସଡକ ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ ଏଟିଏମ ଭିତରେ କୌଣସି ସିସିଟିଭି ଲଗାଯାଇନଥିଲା । ଗତ କିଛି ଦିନ ପୂର୍ବରୁ ଉକ୍ତ ଏଟିଏମରୁ କ୍ୟାମେରା ଚୋରି ହୋଇଯାଇଥିଲା । ବ୍ୟାଙ୍କର ମୁଖ୍ୟ ଏହି ଘଟଣାକୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପୋଲିସ ଏହା ଉପରେ କୌଣସି ପଦକ୍ଷପ ନେଇନଥିବା କାଥା ବ୍ୟାଙ୍କର ମୁଖ୍ୟ କହିଛନ୍ତି । ଏବେ ଏଟିଏମରୁ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଚୋରି କରିଛନ୍ତି । କ୍ୟାମେରା ନଥିବାର ସୁଯୋଗ ନେଇ ଅପରାଧିମାନେ ସମ୍ପୁର୍ଣ୍ଣ ଏଟିଏମ ମେସିନକୁ ଉଠାଇନେଇଥିଲେ । ଏବଂ ସେଠାରୁ କିଛି ଦୁର ଯାଇ ଏଟିଏମ ମେସିନକୁ ଭାଙ୍ଗି ସେଥିରୁ ୫ ଲକ୍ଷ ଟଙ୍କା ଚୋରି କରିଥିଲେ । ସବୁଠାରୁ ବଡ କଥା ହେଉଛି ଉକ୍ତ ଏଟିଏମ ଠାରୁ ପୋସିସ ଷ୍ଟେସନ ମାତ୍ର ୨ଶହ ମିଟରରେ ଅବସ୍ଥିତ ଥିବା ବେଳେ ପୋଲିସ କିପରି ଏହାର ସନ୍ଧାନ ପାଇଲା ନାହିଁ ତାହା ଏବେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି ।