ରାଜଧାନୀର ରାତିକୁ ରଂଗୀନ କରୁଛନ୍ତି ବେଙ୍ଗଲୀ କଲଗାର୍ଲ! ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ବଡବଡିଆ ବନୁଛନ୍ତି ଗ୍ରାହକ

104

କନକ ବ୍ୟୁରୋ : ରାଜଧାନୀରେ କୋଲକାତାର ସୁନ୍ଦରୀ । ବେଶ କିଛି ଟଙ୍କାରେ ଡିଲ ହେଉଛି ଆଉ ରାଜଧାନୀର ତାରକା ହୋଟେଲରେ ରାତି ବିତାଉଛନ୍ତି ଏହି ଯୁବତୀମାନେ । ରାତିକ ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା କନକ ନ୍ୟୁଜକୁ କହିଛନ୍ତି ଏହି ଯୁବତୀ । ସେକ୍ସ କାରବାରରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଦେହ ବ୍ୟବସାୟକୁ ଆଇନଗତ କରିବା ପାଇଁ ଯୁକ୍ତି ବାଢୁଛନ୍ତି ଏହି ଯୁବତୀ ।

ବଡବଡିଆଙ୍କ ସହ ରହିଛି ଏହି ବାଙ୍ଗଲା ସେକ୍ସ ୱାର୍କରଙ୍କ ସମ୍ପର୍କ । ତେଣୁ ପୋଲିସ ରେଡକୁ ବି ଏହି କଲଗର୍ଲଙ୍କର ଭୟ ନାହିଁ । ଟଙ୍କା ଏବଂ ଆତ୍ମସନ୍ତୋଷ ପାଇଁ ସେମାନେ ଏହି କାମ କରୁଥିବା ଖୋଲାଖୋଲି ସ୍ୱୀକାର କରିଛନ୍ତି । ଗୋଟିଏ ରାତି ପାଇଁ ସେମାନଙ୍କ ଚାର୍ଜ ୧୦ରୁ ୧୨ ହଜାର ଟଙ୍କା । ଅୟସ ଆରାମରେ ଜୀବନ ବିତାଇବା ପାଇଁ ଏହି ନିଷିଦ୍ଧ କାମ କରିବାକୁ ପଛାଉନାହାନ୍ତି ସେମାନେ ।

ସମାଜରେ ବଢୁଥିବା ଦୁଷ୍କର୍ମ ରୋକିବା ପାଇଁ ଦେହବେପାରକୁ ଆଇନଗତ ମାନ୍ୟତା ଦେବା ଜରୁରୀ ବୋଲି କହିଛନ୍ତି କୋଲକାତାରୁ ଆସିଥିବା ଏହି କଲଗର୍ଲ । ଏବେ ପ୍ରଶ୍ନ ଉଠୁଛି ଦେହବ୍ୟବସାୟକୁ ଆଇନଗତ ମାନ୍ୟତା ମିଳିବା ଉଚିତ୍ କି? ଦୁଷ୍କର୍ମ ପରି ଅପରାଧ କମାଇବାକୁ ଏହା ସହାୟକ ହେବ ବୋଲି ଯେଉଁ ଯୁକ୍ତି ରହିଛି ତାହା କେତେ ବାସ୍ତବଧର୍ମୀ?