ଭାରତକୁ ଆସିଲା ନୂଆ ଇଲେକ୍ଟ୍ରିକ ସ୍କୁଟର ଆଥର୍-ଏସ୩୪୦ । ଥରେ ଚାର୍ଜ କଲେ ଚାଲିବ ୬୦ କିଲୋମିଟର, ଦମଦାର ସ୍ପିଡ୍ ସହ ରହିଛି ଅବିଶ୍ୱସନୀୟ ଫିଚର

41

ଭାରତରେ ଇଲେକ୍ଟ୍ରିକ ସ୍କୁଟରର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଦେଶ କମ୍ପାନୀ ଗୁଡିକ ମଧ୍ୟ ଭାରତକୁ ତାଙ୍କର ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ ଗାଡ଼ିକୁ ଅଧିକରୁ ଅଧିକ ମାତ୍ରାରେ ପଠାଉଛନ୍ତି । ଠିକ୍ ସେହିଭଳି ଭାରତରେ ବହୁ ଦିନରୁ ଯୁବଗୋଷ୍ଠୀ ମାନେ ଆଥର୍-ଏସ୩୪୦ ର ଅପେକ୍ଷାରେ ରହିଥିଲେ କିନ୍ତୁ ଏବେ ଏହାର ଅନ୍ତ ଘଟିଛି । ଭାରତର ଏକ କମ୍ପାନୀ ଗତ ଜୁନ ୫ ତାରିଖରେ ଇ-ସ୍କୁଟରକୁ ଦେଶରେ ଲଞ୍ଚ କରିଛି । ପୂର୍ବରୁ ଭାରତରେ ବିକ୍ରି ହେଉଥିବା ଇ-ସ୍କୁଟର ଗୁଡିକଠାରୁ ନୂତନ ଆଥର୍-ଏସ୩୪୦ ଅଧିକ ଶକ୍ତିଶାଳୀ ରହିଛି । ପୂର୍ବରୁ ବ୍ୟବହାର ହେଉଥିବା ଇ-ସ୍କୁଟର ଅପେକ୍ଷା ଆଥର୍-ଏସ୩୪୦ ରେ ଅନେକ ପରିବର୍ତ୍ତନ ମଧ୍ୟ କରାଯାଇଛି । ଯାହାଫଳରେ ଏହି ଇ-ସ୍କୁଟରଟି ପ୍ରଥମ ଦାମି ସ୍କୁଟର ଭାବରେ ଭାରତରେ ପାଦ ଦେଇଛି ।

ଇ-ସ୍କୁଟରର ଏହି ମଡେଲକୁ ପ୍ରଥମେ ବାଙ୍ଗାଲୋରର ଏକ କମ୍ପାନୀକୁ ଟ୍ରାୟଲ ପ୍ରଡକ୍ସନ ଭାବରେ ଅଣାଯାଇଛି । କମ୍ପାନୀ ଏହାକୁ ସଠିକ ଭାବରେ ଯାଞ୍ଚ କରିବା ପରେ ମାର୍କେଟରେ ଲଞ୍ଚ କରିବ । କମ୍ପାନୀ ସର୍ବପ୍ରଥମେ ତାର ନିଜ ସହର ବାଙ୍ଗାଲୋରରେ ଆଥର୍-ଏସ୩୪୦କୁ ଲଞ୍ଚ କରିବ । ୨୦୧୮ ଜୁଲାଇ ମାସରେ ଏହା ପ୍ରଥମ ଲଞ୍ଚ ହେବାର ବ୍ୟବସ୍ଥା ରହିଛି ।

ଜାଣନ୍ତୁ କଣ ରହିଛି ଏହି ସ୍କୁଟରର ଫିଚର

ଆଥର୍-ଏସ୩୪୦ରେ ଅନେକ ଅତ୍ୟାଧୁନିକ ଫିଚର ରହିଛି । ପୁସ ନେବିଗେଶନ, ଓଭରଦି-ଏୟାର ଅବଡେଟସ୍ , ପର୍କିଂ ଆସିଷ୍ଟ ସିଷ୍ଟମ, ୱାଟର ପ୍ରୁଫ ଚାର୍ଜର, ବିଭିନ୍ନ ରାଇଡିଂ ମୋଡ୍ ଏବଂ ଏଲିଡି ଲାଇଟ ଏହି ସମସ୍ତ ଫିଚର ଏଥିରେ ଉପଲବ୍ଧ ରହିଛି ।ଏଥିସହିତ ଏହି ସ୍କୁଟରର ଟପ ସ୍ପିଡ ଘଣ୍ଟା ପ୍ରତି ୭୨ କ.ମି ରହିଛି । ଏହି ସ୍କୁଟର ମାତ୍ର ୫ ସେକେଣ୍ଡରେ ଘଣ୍ଟା ପ୍ରତି ୪୦ କିଲୋମିଟରର ବେଗକୁ ଅକ୍ତିଆର କରିପାରିବାର କ୍ଷମତା ରଖିଛି । କମ୍ପାନୀ ଏଥିରେ ଫାଷ୍ଟ ରିଚାର୍ଜବୁଲ ସିଷ୍ଟମ ରଖିଛି ଯାହା ଏକ ଘଣ୍ଟା ମଧ୍ୟରେ ବ୍ୟାଟେରିକୁ ଚାର୍ଜ କରିବାରେ ସକ୍ଷମ ହେଉଛି । ଏବଂ ଏହା ଥରେ ଚାର୍ଜ ହେଲେ ପ୍ରାୟ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।