ଗଡଜାତରେ ପାଣି ଯୁଦ୍ଧ : କୋରଡ ଭିତରେ ଚୁଆ ଖୋଳି ସଂଗ୍ରହ ହେଉଛି ପାଣି

35

ଆଠଗଡ : ଗଡଜାତରେ ଜଳକଷ୍ଟର କରୁଣ ଚିତ୍ର । ପାଣି ପାଇଁ ପ୍ରତିଦିନ କରିବାକୁ ପଡୁଛି ୫ କିଲୋମିଟର ମାର୍ଚ୍ଚ । କୋରଡ଼ ଭିତରୁ ଚୂଆ ଖୋଳି ପାଣି ବାହାର କରୁଛନ୍ତି ଲୋକେ । ଜଳ ସଂକଟର ଏମିତି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବାଘବିନ୍ଧା ଗାଁରେ ।

ଗୁରୁଡ଼ିଝାଟିଆ ପଂଚାୟତରେ ଥିବା ଏହି ବାଘବାନ୍ଧି ଗାଁରେ ବସବାସ କରନ୍ତି ପ୍ରାୟ ୨ଶହ ଲୋକ । ହେଲେ ଗାଁରେ ନଳକୂଅଟିଏ ବି ନାହିଁ । ପ୍ରାୟ ୨ ବର୍ଷ ତଳେ ଆରମ୍ଭ ହୋଇଥିବା ନଳକୂଅ କାମ ଏଯାଏଁ ଅଧପନ୍ତରିଆ ହୋଇପଡ଼ିଛି । ଆଉ ଖରା ଦିନେ ଗାଁର ଜଳ ସଂକଟ ଉତ୍କଟ ରୂପ ନେଉଛି ।

ଡେକ୍ଚି ଓ ଗରାର ଧରି ଲମ୍ବା ଲାଇନ୍ ଲଗାଇବାକୁ ପଡେ । ଆଉ ନମ୍ବର ଅନୁସାରେ ମିଳେ ପାଣି । କାଳେ ନମ୍ବର ଡେଇଁଜିବ ସେ ଆଶଙ୍କାରେ ଟାଣ ଖରାରେ ଛିଡା ହେବାକୁ ପଡେ । ଗାତ ଭିତରୁ ଚୂଆ ଖୋଳି ବାହାର କରିବାକୁ ପଡେ ପାଣି । ପାଣି ପାଇଁ ପୁଣି ଚାଲି ଚାଲି ଯିବାକୁ ପଡୁଛି ପ୍ରାୟ ୫ କିଲୋମିଟର ରାସ୍ତା ।