ବରବେଶରେ ବାହା ହେବାକୁ ଯାଉଥିଲା ବର । ହେଲେ ଅଧା ବାଟରୁ ଉଠାଇ ନେଲା ପୋଲିସ । ପ୍ରେମ ମାୟାରେ ବାୟା ହୋଇ ହଟହଟା ହେଲେ ଯୁବକ
ପୂର୍ବ ପ୍ରେମିକାକୁ ଛାଡି ଅନ୍ୟ ଜଣକୁ ବିବାହ କରିବାକୁ ଯାଉଥିଲେ ଯୁବକ
କନକ ବ୍ୟୁରୋ: ବରବେଶରେ ବାହା ହେବାକୁ ଯାଉଥିଲା ବର । ବାଟରୁ ଉଠାଇ ନେଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ସାରା ଅସ୍ତରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଯୁବକ ଜଣକ ହେଉଛନ୍ତି ଅସ୍ତରଙ୍ଗ ନିକଟ ନାନକେରା ଗ୍ରାମର । ପୂର୍ବରୁ ନିଜ ଗ୍ରାମର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ରହିଥିଲା । ଏନେଇ ଥାନାରେ ମାମଲା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପରେ ଚିତ୍ରେଶ୍ୱରୀ ଗ୍ରାମର ଅନ୍ୟଜଣେ ଯୁବତୀଙ୍କ ସହିତ ପ୍ରେମ କରି ସେ ଧରାପଡିବା ପରେ ବିବାହ କରିବାକୁ ଯାଉଥିଲେ । ପୂର୍ବତନ ପ୍ରେମିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ଅସ୍ତରଙ୍ଗ ପୋଲିସ ତାଙ୍କୁ ଗିରଫ କରିଛି । ପ୍ରେମ ମାୟାରେ ବାୟା ବିଚରା ଯୁବକ ଜଣକ ଏବେ ଶିଶୁପାଳ ଅବସ୍ଥାର ହଟହଟା ହୋଇଛି ।