ଭାରତୀୟ ଯୁଦ୍ଧ ବିମାନ ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଛି ବୋଲି ଏହାର ଜଣେ ବରିଷ୍ଠ ନେତା ଅଡିଓ ଟେପ୍‌ ଜରିଆରେ ସ୍ୱୀକାର କରିଛି। ବାଲାକୋଟରେ ଥିବା ଜୈସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିରଗୁଡିକୁ ଭାରତ ନଷ୍ଟ କରିଛି ବୋଲି ଜୈସ-ଏ ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାରର ଭାଇ ମୌଲାନା ଅମ୍ମର କହିଛି।

Advertisment

publive-image

ସେ ଅଡିଓ ଟେପ୍‌ ଜାରି କରିଛି। ଏହାକୁ ପ୍ରଥମେ ଜଣେ ପାକିସ୍ତାନୀ ସାମ୍ବାଦିକ ଟ୍ଵିଟ୍‌ କରିଥିଲେ। ଏହି ସାମ୍ବାଦିକ ଜଣକ ଫ୍ରାନ୍‌ସରେ ରହୁଛନ୍ତି। ତେବେ ଏଥିରେ କେତେ ଜଣ ମୃତାହତ ହୋଇଛନ୍ତି ଓ କିଭଳି କ୍ଷୟକ୍ଷତି ଘଟିଛି,ସେ ସଂପର୍କରେ କିଛି ସୂଚନା ଦେଇ ନାହାଁନ୍ତି ମୌଲାନା ଅମ୍ମର।

publive-image

ଜଣେ ଭାରତୀୟ ବରିଷ୍ଠ ନିରପତ୍ତା ଅଧିକାରୀ କହିଛନ୍ତି ଯେ,ଏୟାର ଷ୍ଟ୍ରାଇକ୍‌ ସଂପୂର୍ଣ୍ଣ ସଫଳ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଡିଓରେ ଥିବା ସନ୍ଦେଶରୁ ଜଣାଯାଇଛି ଯେ ଏହି ଆକ୍ରମଣ ଫଳରେ ଜୈସ ଏ ମହମ୍ମଦର ମେରୁଦଣ୍ଡ ଭାଙ୍ଗିଯାଇଛି।