ଲଡୁ ବାଣ୍ଟିଲେ,ବାଣ ବି ଫୁଟାଇଲେ ! ନିର୍ବାଚନ ଅଗ୍ରିମ ଫଳାଫଳକୁ ନେଇ ଖୁସି ଜାହିର କଲେ କଂଗ୍ରେସ କର୍ମୀ ।

189

ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଆଜି ସକାଳ ୮ ଟାରୁ ଭୋଟ୍ ଗଣତି ପରେ ସାରା ଦେଶରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର ମାତ୍ରା ବଢିଯାଇଛି । କଂଗ୍ରେସର ଦିଲ୍ଲୀ କାର୍ଯ୍ୟାଳୟ ବାହାରେ କର୍ମୀମାନେ ବାଣ ଫୁଟାଇ ଏବଂ ଲଡୁ ବାଣ୍ଟି ଖୁସି ଜାହିର କରିଛନ୍ତି । ଜୟପୁରରେ କଂଗ୍ରେସ ନେତା ସଚ୍ଚିନ ପାଇଲେଟଙ୍କ ଘର ଆଗରେ କଂଗ୍ରେସ କର୍ମୀ ଉତ୍ସବ ପାଳିଥିବାର ଦେଖାଯାଇଥିଲା ।

ଅନ୍ୟପକ୍ଷେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଜଗଦୀଶ୍ ଶର୍ମା ବାଣ ନେଇ ପହଚିଂଥିଲେ । ତେବେ ବର୍ତ୍ତମାନ ଅନ୍ୟ ଦଳ ତୁଳନାରେ କଂଗ୍ରେସ ଆଗରେ ରହିଛି । କିନ୍ତୁ କଂଗ୍ରେସର ଭାର ଅଧିକ ଥିଲେ ହେଁ ବିଜେପି କହିବା ଅନୁସାରେ ,ଏଥର ସତ୍ତାକୁ ବି ବିଜେପି ସରକାର ହିଁ ଆସିବ । ବିଜେପି ନେତା ଶାହନବାଜ୍ ହୁସେନଙ୍କ କହିବା ଅନୁସାରେ ଫଳାଫଳ ପୁଣିଥରେ ବଦଳିବ ଏବଂ ବିଜେପି ସରକାରର ସତ୍ତା ମଜବୁତ୍ ହେବ । ଅନ୍ୟପକ୍ଷେ ଜୟପୁର କାର୍ଯ୍ୟାଳୟ ବାହାରେ ବି କଂଗ୍ରେସ କର୍ମକର୍ତ୍ତା ମାନେ ବାଣ ଫୁଟାଇ ମିଠା ବାଣ୍ଟିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘର ବାହାରେ ମଧ୍ୟ କର୍ମକର୍ତ୍ତାମାନେ ସକାଳୁ ସକାଳୁ ଯଜ୍ଞ କରିଥିଲେ ।