କଂଗ୍ରେସର ୩ ମୁଖ୍ୟମନ୍ତ୍ରୀଙ୍କ ଆଜି ଶପଥ ପାଠ ଉତ୍ସବ: ଜୟପୁରର ଆଲବର୍ଟ ହଲ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଶୋକ ଗେହେଲଟ୍

ମଧ୍ୟାହ୍ନରେ କମଲ ନାଥ ଓ ଅପରାହ୍ନରେ ବାଘେଲଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ

137

କନକ ବ୍ୟୁରୋ: କଂଗ୍ରେସର ତିନି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆଜି ଅନୁିଷ୍ଠିତ ହେଉଛି । ଅଶୋକ ଗେହେଲଟ, କମଲ ନାଥ ଏବଂ ଭୁପେଶ ବାଘେଲ ଯଥାକ୍ରମେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ନିଜ ନିଜ ରାଜ୍ୟରେ ଶପଥ ଗ୍ରହଣ କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତିନି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର ବହୁ ବରିଷ୍ଠ ନେତା ଏହି ଶପଥ ପାଠ ଉତ୍ସବରେ ଯୋଗ ଦେଇଛନ୍ତି ।

ଜୟପୁରର ଆଲବର୍ଟ ହଲ ଗ୍ରାଉଣ୍ଡରେ ସକାଳ ୧୦ଟା ୧୫ମିନିଟ ସମୟରେ ଅଶୋକ ଗେହେଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ରାଜେଶ ପାଇଲଟ ଶପଥ ଗ୍ରହଣ କରିଛନ୍ତି । ଏହାପରେ ଭୋପାଳ ଜମ୍ବୁରୀ ମଇଦାନରେ ଦିନ ୧.୧୫ମିନିଟ ସମୟରେ କମଲ ନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଭୂପେଶ ବାଘେଲ ରାଇପୁରର ସରକାରୀ ସାଇନଓ କଲେଜ ଗ୍ରାଉଣ୍ଡରେ ଅପରାହ୍ନରେ ୪ଟା ୩୦ମିନିଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ରାଜସ୍ଥାନରେ ୯୯ଟି, ମଧ୍ୟପ୍ରଦେଶରେ ୧୧୪ଟି ଏବଂ ଛତିଶଗଡରେ ୬୮ ଟି ଆସନରେ ବିଜୟୀ ହୋଇଥିଲା କଂଗ୍ରେସ ।