ହାର୍ଟ ରୋଗର ଚିକିତ୍ସା କରିବ ମେସିନ ! ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଦ୍ୱାରା ହୋଇପାରେ ଏହାର ସଠିକ୍ ନିରୂପଣ

68

ଲଣ୍ଡନ : ଚିକିତ୍ସକ ଏବେ ହୃଦୟ ସମ୍ବନ୍ଧୀୟ ରୋଗରୁ ନେଇ କ୍ୟାନସର ଯାଏ , ସବୁ ରୋଗର ସଠିକ୍ ଚିକିତ୍ସା କରିପାରିବେ । ଏହା କେବଳ ସମ୍ଭବ ହୋଇପାରିବ ଆର୍ଟିଫିିସିଅଲ୍ ଇଂଟେଲିଜେନ୍ସ ଟେକନିକ୍ ଦ୍ୱାରା । ଡାକ୍ତରମାନେ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହାର୍ଟବିଟର ଯାଂଚ କରିଥାନ୍ତି । ଅନୁଭବୀ ଡାକ୍ତର ମଧ୍ୟ ରୋଗକୁ ଜାଣିପାରିନଥାନ୍ତି । ଅନେକ ଥର ଦେଖାଯାଏ ରୋଗୀକୁ ସୁସ୍ଥ ଥିବା ଆଶ୍ୱାସନା ଦେଇ ଘରକୁ ପଠାଇଦେଇଥାନ୍ତି । ପୁଣି ଅନାବଶ୍ୟକ ରୂପରେ ସର୍ଜରୀ ପାଇଁ କୁହାଯାଇଥାଏ ।

ବ୍ରିଟେନର ବୈଜ୍ଞାନିକମାନେ ଏମିତି ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକକୁ ବିକଶିତ କରିଛନ୍ତି । ଯାହା ହୃଦୟ ରୋଗର ଶୀଘ୍ର ଏବଂ ସଠିକ୍ ରୂପରେ ପତ୍ତା କରିପାରେ ସକ୍ଷମ ହେବ । ଏଆଇ ଟେକନିକ୍ ସ୍କାନ୍ ରେ ଦେଖାଯାଉଥିବା ଏହି ଛୋଟ ସୂଚନାଗୁଡିକ ମଧ୍ୟ ପତ୍ତା ଲଗାଇଥାଏ । ଯାହାକୁ ଡାକ୍ତରମାନେ ଦେଖିପାରିନଥାନ୍ତି । ଯାଂଚ ପରେ ସିଷ୍ଟମ ଏହା ବି ଜଣାଯେ ରୋଗକୁ ହୃଦଘାତର ସମସ୍ୟା ଅଛି ନା ନାହିଁ ।

ବ୍ରିଟେନର ରାଡକ୍ଲିଫ୍ ହସ୍ପିଟାଲରେ ବିକଶିତ କରାଯାଇଥିବା ଅଲଟ୍ରୋମିକ୍ସ ନାମକ ଏହି ସିଷ୍ଟମକୁ ଏକ ହଜାର ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇଥିଲା । ସେମାନଙ୍କର ହୃଦୟର ସ୍କାନ୍ କରି ରୋଗ ବିଷୟରେ ଜାଣିବାର ପ୍ରୟାସ କରାଯାଇଥିଲା । ଏହି ସବୁ ରୋଗୀଙ୍କ ଚିକିତ୍ସା ଚିକିତ୍ସକ ପ୍ରଫେସର ପାଉଲ ଲିଜନ କରିଥିଲେ ।

ପ୍ରୟୋଗରେ ଏଆଇ ସିଷ୍ଟମ ଲିଜନଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲା । ବ୍ରିଟେନର ଏକ ଷ୍ଟାଟଅପ୍ , ଫୁସଫୁସରେ କ୍ୟାନସରର ପତ୍ତା ଲଗାଇବା ପାଇଁ ମଧ୍ୟ ଏଆଇଂ ସିଷ୍ଟମ ତିଆରି କରିଥିଲେ । ଏହା କୋଷିକାମାନଙ୍କ ସମୁହ Nodules ର ଯାଂଚ କରିଥାଏ । ପୁଣି ଏହା ମଧ୍ୟ ଦର୍ଶାଇଥାଏ ଯେ ଏହି Nodules ଆଗକୁ କ୍ୟାନସରର ରୂପ ନେବ ନା ନାହିଁ ।

(ସୌଜନ୍ୟ-ନଇଦୁନିଆ)