ପାନ୍ କାର୍ଡ ପରେ ଏବେ ୮୧ ଲକ୍ଷ ଆଧାର କାର୍ଡ ବ୍ଲକ୍ କଲେ ସରକାର !

58

କନକ ବ୍ୟୁରୋ : ପାନ୍ କାର୍ଡ ବ୍ଲକ୍ କରିବା ପରେ ଏବେ ସରକାରଙ୍କ ଚାବୁକ୍ ଚାଲିଛି ଆଧାର୍ କାର୍ଡ ଉପରେ  । ପ୍ରାୟ ୮୧ଲକ୍ଷ ଆଧାର କାର୍ଡକୁ ନିଷ୍କ୍ରିୟ କରି ଦେଇଛନ୍ତି କେନ୍ଦ୍ର ସରକାର । ଆଧାର କାର୍ଡ ଜାରି କରିଥିବା ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଏହି ପଦକ୍ଷେପ ନେଇଛି । ନିକଟରେ ସରକାରଙ୍କ ତରଫରୁ ଆଇଟି ମନ୍ତ୍ରୀ ପି ପି ଚୌଧୁରୀ ଆଧାର ଆକ୍ଟ ୨୭ ଏବଂ ୨୮ ଅନୁସାରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି  ।

ତେବେ ସରକାରଙ୍କ ଏହି ପଦକ୍ଷେପର ପ୍ରଭାବ ସବୁଠାରୁ ଅଧିକ ପିଲା ଏବଂ ଯୁବପିଢୀଙ୍କ ଆଧାର କାର୍ଡ ଉପରେ ପଡିଛି, ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍ । ଏହା ସହ ସରକାର ୫ବର୍ଷ ବୟସ ପାର୍ କରିଥିବା ପିଲାମାନଙ୍କ ଆଧାରକାର୍ଡ ବି ବ୍ଲକ୍ କରିଦେଇଛନ୍ତି ଯେଉଁମାନଙ୍କ ଅଭିଭାବକ ଦୁଇ ବର୍ଷର ଗ୍ରେସ୍ ପିରିୟଡ୍ ଚାଲିଯିବା ପରେ ମଧ୍ୟ ଆଧାରକାର୍ଡକୁ ଅପଡେଟ୍ କରିନାହାଁନ୍ତି । ଯଦି ଆପଣ ତିଆରି କରିବାର ୩ ବର୍ଷ ମଧ୍ୟରେ ଆଧାର କାର୍ଡକୁ ବ୍ୟବହାର ନକରନ୍ତି ତେବେ ଏହା ବ୍ଲକ୍ ହୋଇଯାଏ  ।

ଜାଣନ୍ତୁ କେମିତି କରିବେ ଆଧାର କାର୍ଡକୁ ସକ୍ରିୟ 

• ପ୍ରଥମେ ୟୁଆଇଡିଏଆଇର ୱେବସାଇଟରେ ଲଗଇନ୍ କରନ୍ତୁ ।

• ଏହାପରେ ‘ଭେରିଫାଏ ଆଧାର ନମ୍ବର’ ବିକଳ୍ପରେ କ୍ଲିକ୍ କରନ୍ତୁ ।

• ଏହାପରେ ଆଧାର ନମ୍ବର ଏବଂ ସିକ୍ୟୁରିଟି କୋର୍ଡ ଦେବାକୁ ଦିଅନ୍ତୁ ।

• ଏହି ତଥ୍ୟ ଦେବା ପରେ ଜାଣି ପାରିବେ ଆପଣଙ୍କ ଆଧାର ସକ୍ରିୟ ଅଛି କି ନାହିଁ ।

• ଯଦି ଆପଣଙ୍କ କାର୍ଡ ନିଷ୍କ୍ରିୟ ହୋଇଯାଇଛି ତେବେ ଭୟ କରିବାର କିଛି ନାହିଁ । ଅବଶ୍ୟକୀୟ ସମସ୍ତ ଡକ୍ୟୁମେଂଟ୍ ସହ ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯାଆନ୍ତୁ ।

• ସେଠାରେ ଆଧାର ଅପଡେଟ୍ ଫର୍ମ ଭରିବା ପରେ ବାୟୋମେଟ୍ରିକ୍ ମେସିନ୍ ଜରିଆରେ ଆପଣଙ୍କ ଟିପ ଚିହ୍ନ ଭେରିଫାଏ କରାଯିବ ।

• ଭେରିଫିକେସନ୍ ହେବା ପରେ ଆପଣଙ୍କ ଆଧାର କାର୍ଡ ପୁଣି ସକ୍ରିୟ ହୋଇଯିବ ।