ଆଉ ଗୀତ ବୋଲିବେନି ଅରିଜିତ୍ ସିଂ ! ଚଳିତ ବର୍ଷ ଶେଷ ବୋଲି ସାକ୍ଷାତକାରରେ କଲେ ଖୁଲାସା

39

ଆଉ ଶୁଣିବାକୁ ମିଳିବନି ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ୍ ସିଂଙ୍କ ରେଶମୀ ଭଏସ୍ । ଚଳିତ ବର୍ଷ ତାଙ୍କ କ୍ୟାରିୟରର ଶେଷ ବର୍ଷ ହୋଇପାରେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ନିଜେ ଅରିଜିତ୍ । ତେବେ ଅରିଜିତଙ୍କୁ ଏପରି କାହିଁକି ଲାଗୁଛି ଯେ ସଙ୍ଗୀତ ଦୁନିଆଁରେ ସେ ଆଉ ବେଶି ଦିନ ତିଷ୍ଠି ପାରିବେନି ତାହା ଏବେ ସମସ୍ତଙ୍କୁ ଝଟକା ଦେବା ସହ ଦ୍ୱନ୍ଦରେ ପକାଇଛି । କାରଣ ବଲିଉଡର ଟପ୍ ଗାୟକ ମାନଙ୍କ ମଧ୍ୟରୁ ଅରିଜିତ୍ ହେଉଛନ୍ତି ଅନ୍ୟତମ ।

୨୦୦୫ର ଲୋକପ୍ରିୟ ରିୟଲିଟି ସୋ ‘ଫେମ୍ ଗୁରୁକୁଲ୍’ରେ ନଜର ଆସିଥିଲେ ଅରିଜିତ୍ । ଯଦିଓ ଏହି ପ୍ରତିଯୋଗୀତା ସେ ଜିତି ପାରିନଥିଲେ କିନ୍ତୁ ‘ମର୍ଡର – ୨’ ଗାଇଥିବା ତାଙ୍କର ପ୍ରଥମ ଗୀତ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତି ପାରିଥିଲା । ଆଉ ରାତା ରାତି ଷ୍ଟାର୍ ପାଲଟି ଯାଇଥିଲେ ଏହି ଯୁବ ଗାୟକ । ଏହା ପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ସେ ଚଢିଥିଲେ । ଏବେ ପ୍ରାୟ ସମସ୍ତ ସିନେମାରେ ଅରିଜିତଙ୍କ କଣ୍ଠ ଶୁଣିବାକୁ ମିଳୁଛି ।