ସ୍ୱାମୀ ପୋଲିସ୍ ହେପାଜତରେ ,ସ୍ତ୍ରୀ ପାର୍ଟିରେ ! ଏପଟେ ଅରବାଜ ଅଛନ୍ତି ପୋଲିସ୍ ଘେରରେ ସେପଟେ ମଲାଇକା କରୁଛନ୍ତି ଗାର୍ଲଗ୍ୟାଙ୍ଗ୍ ସହ ପାର୍ଟି ।

36

ବ୍ରେକଅପ୍ କିମ୍ବା ଛାଡପତ୍ର ପରେ ଜୀବନରେ ଆଗକୁ ବଢିବା କେହି ମଲାଇକା ଅରୋରାଙ୍କ ଠାରୁ ଶିଖନ୍ତୁ । ଗୋଟେ ପଟେ ତାଙ୍କର ପୂର୍ବ ସ୍ୱାମୀ କ୍ରାଇମବ୍ରାଂଚ ଘେରରେ, ଏବଂ ଅନ୍ୟପଟେ ଏ ସମସ୍ତ କଥାକୁ ନଜର ଅନ୍ଦାଜ କରି ଗର୍ଲଗ୍ୟାଙ୍ଗଙ୍କ ସହ ପାର୍ଟି ମନାଉଛନ୍ତି ମଲାଇକା ।

ସୋସିଆଲ ମିଡିଆରେ ମଲାଇକାଙ୍କର ଦୁଇଟି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସେ ଅମୃତା ଅରୋଡା, କରୀନା କପୁର, କରିଷ୍ମା କପୁର ଏବଂ ମହୀପ କପୁରଙ୍କ ସହ ପାର୍ଟିରେ ନଜର ଆସିଛନ୍ତି । କରୀନା ଏବଂ ଅମୃତାଙ୍କ ସହ ଫୁଲ୍ ଅନ୍ ମସ୍ତି ମୁଡରେ ନଜର ଆସିଛନ୍ତି ମଲାଇକା । ତିନି ଜଣଙ୍କ ଅବସ୍ଥା ଦେଖି ଜଣା ପଡୁଛି ଯେ ଖୁବ ଜମେଇକି ଏମାନେ ପାର୍ଟି କରିଛନ୍ତି ।

ଅସଲରେ ସମସ୍ତ ମହିଳା ଫିଲ୍ମ ‘ବୀରେ ଦି ୱେଡିଂ’ର ରିଲିଜ ପାର୍ଟିରେ ବ୍ୟସ୍ତ ଥିଲେ, ଯେଉଁଠାକୁ ପୁରୁଷ ମାନଙ୍କୁ ଆସିବାକୁ ବାରଣ କରାଯାଇଥିଲା ।