‘ବେଷ୍ଟ-୧୦୦ ଗ୍ଲୋବାଲ ବ୍ରାଣ୍ଡ ୨୦୧୮’ରେ ଗୁଗଲକୁ ପଛରେ ପକାଇ ଆପଲ ହେଲା ଦୁନିଆର ଟପ୍ ବ୍ରାଣ୍ଡ, ଜାଣନ୍ତୁ ଫେସବୁକର ସ୍ଥାନ କେତେ ?

38

ଗ୍ଲୋବାଲ ବ୍ରାଣ୍ଡ କନସଲଟେନ୍ସୀ ଇଣ୍ଟରବ୍ରାଣ୍ଡ ‘ବେଷ୍ଟ-୧୦୦ ଗ୍ଲୋବାଲ ବ୍ରାଣ୍ଡ ୨୦୧୮’ ଲିଷ୍ଟ ଜାରି କରିଥିଲା । ଏହା ମୁତାବକ, ଗୁଗଲକୁ ପଛରେ ପକାଇ ଆପଲ ଦୁନିଆର ଟପ୍ ବ୍ରାଣ୍ଡ ବନିଯାଇଛି । ସେଇଠି ଡାଟା ଚୋରି ବିବାଦ ଯୋଗୁଁ ଫେସବୁକ୍ ଅଷ୍ଟମରୁ ୯ମ ନମ୍ବରରେ ପହଂଚିଯାଇଛି । ଏଜେନ୍ସି ମୁତାବକ, ୫୬%ର ଗ୍ରୋଥ୍ ସହିତ ଆମାଜନ୍ ଦୁନିଆର ତୃତୀୟ ଟପ୍ ବ୍ରାଣ୍ଡ ବନିଯାଇଛି । ୨୦୧୭ର ଲିଷ୍ଟରେ ଏହା ୫ମ ସ୍ଥାନରେ ଥିଲା ।

• ରାକିଙ୍ଗ ମୁତାବକ, ଆପଲର ବ୍ରାଣ୍ଡ ଭେଲ୍୍ୟୁ ୧୬% ବଢ଼ିଛି । ଏହା ୧୮୪ ଅରବ ଡଲାର(୧୩.୫୭ ଲକ୍ଷ କୋଟି ଟଙ୍କା)ରୁ ୨୧୪.୫ ଅରବ ଡଲାର(୧୫.୭୯ ଲକ୍ଷ କୋଟି ଟଙ୍କା) ପହଂଚିଯାଇଛି । ଆପଲ ଆମେରିକୀୟ ପ୍ରଥମ ଏମିତି କମ୍ପାନୀ, ଯାହାର ମାର୍କେଟ କ୍ୟାପ ୧ ଲକ୍ଷ କୋଟି ଡଲାର ।

• ଦ୍ୱିତୀୟ ନମ୍ବରରେ ଗୁଗଲର ଭେଲ୍ୟୁରେ ୧୦% ବୃଦ୍ଧି ଘଟିବା ସହିତ ୧୫୫.୫ ଅରବ ଡଲାର(୧୧.୨୩ ଲକ୍ଷ କୋଟି ଟଙ୍କା) ହୋଇଯାଇଛି । ୨୦୧୭ରେ କମ୍ପାନୀର ବ୍ରାଣ୍ଡ ଭେଲ୍ୟୁ (୧୦.୪ ଲକ୍ଷ କୋଟି ଟଙ୍କା) ଆକଳନ କରାଯାଇଥିଲା ।

• ୧୦୦.୮ ଅରବ ଡଲାର(୭.୩୭ ଲକ୍ଷ କୋଟି ଟଙ୍କା )ର ଭେଲ୍ୟୁ ସହିତ ଆମାଜନ୍ ତୃତୀୟ ସ୍ଥାନରେ ଅଛି । ଗତ ବର୍ଷ ଏହାର ବ୍ରାଣ୍ଡ ଭେଲ୍ୟୁ ୪.୭୭ ଲକ୍ଷ କୋଟି ଟଙ୍କା ଥିଲା ।

• ସେଭଳି ଚତୁର୍ଥ, ପଂଚମ ଓ ଷଷ୍ଠ ସ୍ଥାନରେ ଯଥାକ୍ରମେ ମାଇକ୍ରୋସଫ୍ଟ, କୋକାକୋଲା ଓ ସାମସଙ୍ଗ ଅଛି । କେମ୍ବ୍ରିଜ୍ ଆନାଲିଟିକା ଡାଟା ଦୂର୍ନୀତି ପରେ ଫେସବୁକ୍ ର ବ୍ରାଣ୍ଡ ଭେଲ୍ୟୁ ୬% ହ୍ରାସ ପାଇଛି । ଏହାକୁ ଟପ୍ ବ୍ରାଣ୍ଡର ସୂଚୀରେ ୯ମ ସ୍ଥାନରେ ରଖାଯାଇଛି ।