ନାଲି ଚକଚକିଆ ସେଓରେ ଦିଆଯାଉଛି ମହମ ପ୍ରଲେପ ! ଡ଼ାକ୍ତର କହିଲେ, ଲିଭର ଓ କିଡ଼ନୀ କ୍ୟାନସର ହେବାର ସମ୍ଭାବନା ଅଧିକ

47

ସାଧାରଣତ ଫଳକୁ ସମସ୍ତେ ଦେହ ପାଇଁ ହିତକର ବୋଲି କୁହନ୍ତି । ସେଓକୁ ସବୁଠୁ ଅଧିକ ହିତକର ଫଳ କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ରହିଛି । ଆପଣ ଯେଉଁ ସେଓ ବା ଆପଲ୍ ଖାଉଛନ୍ତି ତାହା ବିଷ ହୋଇପାରେ । ବିଶେଷକରି ଚକଚକିଆ ଆପଲ୍ ଯେ ଦେହ ପାଇଁ ବିପଦ ଆଣିପାରେ ତାର ପ୍ରମାଣ ମିଳିସାରିଛି । ଖୋଲା ବଜାରରେ ହେଉ କି ମଲ୍ ହେଉ, ସେଠାରେ ଦେଖିବାକୁ ମିଳିଥାଏ ଚକଚକିଆ ନାଲି ବିଦେଶୀ ଆପଲ୍ । ଏହି ବିଦେଶୀ ଆପଲ୍ ଖାଇ ଆପଣ ନିଜ ପାଇଁ ବିପଦ ବରଣ କରୁନାହାନ୍ତି ତ’ ତେବେ ଏନେଇ କ’ଣ କହୁଛନ୍ତି ଡାକ୍ତର ?

ସୂଚନାଯୋଗ୍ୟ ସେଓକୁ ଚକ୍ ଚକ୍ କରିବା ପାଇଁ ସେଓକୁ ଚକଚକ କରିବା ପାଇଁ ଏପ୍ରକାର ମହମ ବ୍ୟବହାର କରାଯାଇଥାଏ । କିନ୍ତୁ ସାଧାରଣତଃ ଏହି ମହମ ଦୁଇ ପ୍ରକାର ହୋଇଥିବା ବେଳେ ସେଓକୁ ଚକ୍ଚକ୍ କରିବା ପାଇଁ ମର୍ଫୋଲିନ୍ ନାମକ ଏକ ମିନେରାଲ୍ ଅଏଲ୍ ମିଶାଇ ସେଓର ଉପରଭାଗରେ ଦିଆଯାଇଥାଏ । ଏହାଦ୍ୱାରା ବେଶ ଅଧିକ ଦିନ ଧରି ଆପଲ୍କୁ ସତେଜ ରଖାଯାଇପାରେ । ତେବେ ଏନେଇ ଡାକ୍ତର କହିଛନ୍ତି,ସେଓରେ ଥିବା ମର୍ଫୋଲିନ୍ ଶରୀର ଭିତରକୁ ଗଲେ ତାହା ନାଇଟ୍ରସ୍ ମର୍ଫୋଅଲିନରେ ପରିଣତ ହୋଇଯାଏ । ତେବେ ଏହି କେମିକାଲ ଖାଇଲେ ଲିଭର କ୍ୟାନସର, କିଡ଼ନୀ କ୍ୟାସରର ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଶରୀରରେ ଅଲର୍ଜି ମଧ୍ୟ ଦେଖାଦେଇପାରେ ।

ଏହା ବ୍ୟତୀତ ଯଦି ଆପଣ ସେଓକୁ ଛଡ଼ାଇ କିମ୍ବା ଗରମ ପାଣିରେ ପକାଇ ଖାଇବେ ତେବେ ସେଓର ଫାଇବର ଗୁଣ ଚାଲିଯିବ । ପୋଟାସିୟମ ଓ ମାଗ୍ନେସିୟମ ଗୁଣ ମଧ୍ୟ ଚାଲିଯିବ । ତେବେ ଆପଣ ବି ଯଦି ଚକଚକିଆ ନାଲି ସେଓ ଖାଉଛନ୍ତି, ତେବେ ସମୟ ଥାଉ ଥାଉ ସାବଧାନ ହୋଇଯାଆନ୍ତୁ । ନହେଲେ ଭବିଷ୍ୟତରେ ଘୋର ବିପଦରେ ପଡ଼ିବ ।