ବାବୁନି ଓ ପୁଷ୍ପାଂଜଳିଙ୍କ ସଫଳ ଜୀବନ ଯୁଦ୍ଧର ସଫଳ କାହାଣୀ

88

ସବୁ ଝିଅଙ୍କର ଗୋଟେ ସ୍ୱପ୍ୱ ଥାଏ । ଗୋଟେ ଭଲ ଘର ଓ ଗୋଟେ ଭଲ ବର । କନ୍ତୁ ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନେ ନିଜ ବାହାଘରକୁ ଗୋଟେ ନିର୍ଦ୍ଦିଷ୍ଟ ସ୍ୱପ୍ନ ବୋଲି ଭାବି ନଥାନ୍ତି । ବାହାଘରକୁ ଛାଡି ସେମାନେ ଆଉ ଅନ୍ୟ ସ୍ୱପ୍ନ ଦେଖିଥାନ୍ତି । ଦୈ÷ନିକ ଜୀବନଚର୍ଯ୍ୟାରେ ଯେଉଁସବୁ ସମ୍ଭାବନା ଅଛି ,ତାକୁ ସାକାର କରିବାକୁ ସେମାନେ ଲାଗିପଡନ୍ତି । ଅନ୍ୟର ଖୁସି ପାଇଁ ନିଜ ସୁଖକୁ ଭୁଲି ଜୀବନ ପଥରେ ସେମାନେ ଆଗେଇ ଯା’ନ୍ତି । ଯେଉଁମାନେ ଆଗେଇଯା’ନ୍ତି ସେହିମାନେ ହିଁ ହୁଅନ୍ତି ଅପରାଜିତା ।
ଏହି ଭଳି ଜଣେ ଅପରାଜିତା ବାବୁନି ସାହୁ ଜୀବନର ଦୋ’ଛକି ରାସ୍ତାରେ କେବେ ନିଜ ନିଷ୍ପତିରୁ ଓହରି ଯାଇନାହାଁନ୍ତି ବାବୁନି । ବାପା ମାଆକୁ ଖୁସିରେ ରଖିବା ପାଇଁ ନିଜେ ସାରା ଜୀବନ ରହିଯାଇଛନ୍ତି ଅବିବାହିତା । ନିଜ ସଫଳତାର କାହାଣୀ ଲେଖିଛନ୍ତି ନିଜେ । ସେହିଭଳି ଆଉ ଜଣେ ହେଲେ ପୁଷ୍ପାଂଜଳି । ଯିଏ ନିଜେ ହିଁ ନିଜର ଉଦାହରଣ । ଜଣେ ଅବିବାହିତା । ଖୁବ୍ ସାହସୀ ଏବଂ କର୍କଟ ରୋଗ ପରି ଏକ ମାରାତ୍ମକ ରୋଗକୁ ସେ ପରାସ୍ତ କରିପାରିିଛନ୍ତି । ଆସନ୍ତୁ ଦେଖିବା ଅପରାଜିତାରେ ଏହି ଦୁଇ ଅପରାଜିତା ବାବୁନି ଓ ପୁଷ୍ପାଂଜଳିଙ୍କ ସଫଳ ଜୀବନ ଯୁଦ୍ଧର ସଫଳ କାହାଣୀ ଏହି ଭିଡିଓରୁ ..।