ଅନୁଷ୍କାଙ୍କ ଜୀବନୀ ଉପରେ ଆଧାରିତ ମନଗଢ଼ା କାହାଣୀକୁ ଖବରକାଗଜରେ ଛାପି ବିବାଦରେ ‘ଇ ସମୟ’ ! ଟ୍ୱିଟ କରି ସମାଲୋଚନା କଲେ ଅଭିନେତ୍ରୀ

40

ଆଜିକାଲି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଲୋକପ୍ରିୟତା ସାଉଁଟିବା ଆଶାରେ ସେଲିବ୍ରେଟିମାନଙ୍କ ଜୀବନ ଉପରେ ବେଶି ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି । ମାତ୍ର କୌଣସି ସାକ୍ଷାତକାର ନ ନେଇ ମଧ୍ୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜୀବନ ଉପରେ ଆଧାରିତ ମନଗଢ଼ା କାହାଣୀକୁ ନିଜ ଖବରକାଗଜରେ ଛାପି ବିବାଦରେ ଫସିଯାଇଛି ‘ଇ ସମୟ’ । ସାକ୍ଷାତକାର ନ ନେଇ ଏହି ଖବରକାଗଜରେ ଅଭିନେତ୍ରୀ ଅନୁଷ୍କାଙ୍କର ଉପର ଏକ ସାକ୍ଷାତକାର ଛାପି ଥିବାର ଦେଖିବାକୁ ମିଳିଛି ।

ଅଭିନେତ୍ରୀ ଅନୁଷ୍କା ନିଜ ଟ୍ୱିଟର ଆକାଉଣ୍ଟ୍‌ରେ ସେ ଖବରକାଗଜର ପୃଷ୍ଠାଗୁଡ଼ିକୁ ଅପ୍‌ଲୋଡ କରି ତୀବ୍ର ସମାଲୋଚନା କରିଛନ୍ତି । ‘ଇ ସମୟ’ ପରି ଏକ ନାମକରା ଖବରକାଜ ନିକଟରୁ ଏପରି ଆଶାା କରାଯାଉନି ବୋଲି ସେ ଜଣାଇଛନ୍ତି । ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଏପରି ମନ ଗଢ଼ା କାହାଣୀ ଗଢ଼ା ଯାଉଛି ବୋଲି ସେ ଜଣାଇଛନ୍ତି । ଅଭିନେତ୍ରୀ ଅନୁଷ୍କା ନିକଟରେ କୌଣସି ବି ଗଣମାଧ୍ୟମରେ କିିଛି ସାକ୍ଷାତକାର ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ଅନୁଷ୍କାଙ୍କର ଏହି ଟୁଇଟ୍‌ରେ ତାଙ୍କ ଫ୍ୟାନ୍‌ମାନେ ଅନେକ ରିଟୁଇଟ୍‌ କରି ‘ଇ ସମୟ’କୁ ନିନ୍ଦା କରିଛନ୍ତି । ଲୋକପ୍ରିୟତା ସାଉଁଟିବା ଉଦ୍ଦେଶ୍ୟରେ ଖବରକାଗଜ କରିଥିବା ନକଲି ପ୍ରଚେଷ୍ଟା ଏବେ ବଦନାମର କାରଣ ପାଲଟିଛି ।