ଅନୁଷ୍କାଙ୍କ ଖୁସିରେ ବାଧା ସୃଷ୍ଟି କରୁଛି ‘ପଦ୍ମାବତୀ’ ! ନିଜର ସିନେମା ‘ପରୀ’ ପାଇଁ ନେବାକୁ ପଡ଼ିଲା ବଡ଼ ନିଷ୍ପତ୍ତି

21

ସିିନେମା ପଦ୍ମାବତୀର କାହାଣୀରେ କିଛି ପରିବର୍ତ୍ତନ ଆସିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ରିଲିଜ ଡେଟ ଘୋଷଣା କରାଯାଇ ନାହିଁ । ଅନ୍ୟପକ୍ଷରେ କେତେକ ସିନେମା ‘ପଦ୍ମବତୀ’ର ରିଲିଜ ଡେଟକୁ ନେଇ ଚିନ୍ତିତ ଥିବା କଥା ସାମ୍ନାକୁ ଆସିଛି । ତେବେ ସେମାନଙ୍କ ମଧ୍ୟରୁ ଅନୁଷ୍କାଙ୍କ ସିନେମା ‘ପରୀ’ ମଧ୍ୟ ଗୋଟିଏ ।

ଗୋଟିଏ ପାଶ୍ୱର୍ରେ ଦାମ୍ପତ୍ୟ ଜୀବନକୁ ନେଇ ଖୁସି ଥିବା ଅନୁଷ୍କା ସିନେମା ‘ପଦ୍ମାବତୀ’ର ରିଲିଜ ଡେଟକୁ ନେଇ ଚିନ୍ତିତ ଅଛନ୍ତି । କାରଣ ଚଳିତ ସମୟରେ କୌଣସି ସିନେମା ରିଲିଜ ହୋଇ ନଥିବାରୁ ଅନୁଷ୍କା ଶର୍ମା ତାଙ୍କର ଆଗାମୀ ସିନେମା ‘ପରୀ’ର ଟ୍ରେଲର ୫ ତାରିଖକୁ ରିଲିଜ କରିବେ ବୋଲି ଧାର୍ଯ୍ୟ କରିଥିଲେ । ଯାହା ହୋଇପାରିଲା ନାହିଁ । ସିନେମା ‘ପଦ୍ମାବତୀ’ର ରିଲିଜ ଡେଟ କୌଣସି ସମୟରେ ମଧ୍ୟ ଘୋଷଣା ହୋଇପାରେ, ଯାହାକି ସିନେମା ପରୀ ଉପରେ ଖୁବ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

‘ପରୀ’ ସିନେମା ଅନୁଷ୍କାଙ୍କ ପ୍ରଡକ୍ସନ ହାଉସରେ ତିଆରି କରାଯାଇଛି । ଅନୁଷ୍କା ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ସୂଚନା ମୁତାବକ ଏହି ସିନେମା ୯ ଫେବୃୟାରୀରେ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ସିନେମା ‘ପଦ୍ମାବତୀ’ ୨୫ ଜାନୁୟାରୀକୁ ରିଲିଜ ହେବାର ସମ୍ଭାବନା ରହିଛି ।