ମନମୋହନଙ୍କ ଭୂମିକାରେ ଅନୁପମ ଖେର୍ ! ସଂଜୟ ବାରୁଙ୍କ ପୁସ୍ତକ ‘ଦ ଆକ୍ସିଡେଂଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ତିଆରି ହେବ ସିନେମା

22

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବା ପାଇଁ ଯାଉଛି । ଏଥିରେ ମନମୋହନଙ୍କ ଭୁମିକାରେ ନଜର ଆସିବେ ଅନୁପମ ଖେର୍ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପ୍ରେସ୍ ପରାମର୍ଶଦାତା ସଂଜୟ ବାରୁଙ୍କ ପୁସ୍ତକ ‘ଦ ଏକ୍ସିଡେଂଟାଲ ପ୍ରାଇମ୍ ମିନିଷ୍ଟର’ରେ ଲେଖାଯାଇଥିବା ତଥ୍ୟ ଉପରେ ଏହି ସିନେମାଟି ତିଆରି ହେବାକୁ ଯାଉଛି ।

କିନ୍ତୁ ମନମୋହନ ସିଂହ ଏହି ପୁସ୍ତକ ସଂପର୍କରେ ଅନେକ ନକରାତ୍ମକ ମନ୍ତବ୍ୟ ରଖିଛନ୍ତି । ସେ କହିଥିଲେ- ଅଯଥା ରଙ୍ଗେଇ ଅନେକ କାଳ୍ପନିକ ତଥ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି । ସଂଜୟ ବାରୁ ଏହି ପୁସ୍ତକରେ ମନମୋହନ ସିଂହ ସଂପର୍କ ରାହୁଲ ଗାନ୍ଧି ଏବଂ ସୋନିଆଙ୍କ ସହ କେମିତି ଥିଲା ସେ ସଂପର୍କରେ ଉଲ୍ଲେଖ କରିଛନ୍ତି । ଏଥିସହିତ କ୍ଷମତାରେ ଥିବାବେଳେ ମନମୋହନ କେମିତି ଅସହାୟ ହୋଇଯାଇଥିଲେ ସେ ସଂପର୍କରେ ମଧ୍ୟ ପୁସ୍ତକଟିରେ ଉଲ୍ଲେଖ କରିଛନ୍ତି ।

ତେବେ ମୋଦିଙ୍କ ସମୟରେ ପ୍ରସ୍ତୁତ ହେଉଥିବା ଏହି ସିନେମାଟି ନିଶ୍ଚିତ ଭାବରେ ଏକ ବିବାଦୀୟ ସିନେମା ହେବାକୁ ଯାଉଛି । କଂଗ୍ରେସ ଏବଂ ସୋନିଆଙ୍କ ନକରାତ୍ମକ ଦୃଶ୍ୟ ସବୁ ସିନେମାରେ ଆଣି ମୋଦିଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ପ୍ରୟାସ ହେବ କି ନାହିଁ ତାକୁ ନେଇ ବି ଏବେଠୁ ପ୍ରଶ୍ନ ଉଠିଛି ।