ଭଜନ ସମ୍ରାଟଙ୍କ ଶୁଦ୍ଧୀକରଣ ଫର୍ମୁଲା । ତିନି ମାସ ରହିଥିଲେ ସମ୍ପୂର୍ଣ୍ଣ ବିଗବସକୁ କରିଥାନ୍ତି ଶୁଦ୍ଧୀକରଣ

144

କନକ ବ୍ୟୁରୋ : ଜସଲିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଭଜନ ସମ୍ରାଟ ଅନୁପ ଜଲୋଟା ପୁରୀରେ ଭଜନ ପରିବେଷଣ କରିବା ପାଇଁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ଅନୁପ ଜଲୋଟାଙ୍କ ସାଥିରେ ଅଛନ୍ତି ଗାୟିକା ନତାସା । କାର୍ତିକ ପୂର୍ଣ୍ଣମୀ ଅବସରରେ ଉଭୟ ସିଂହଦ୍ୱାର ସମ୍ମୁଖରେ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଜସଲିନ ସହ ସମ୍ପର୍କ ଓ ବିଗବସରେ ବିବାଦ ପରେ ସମ୍ପର୍କ ତୁଟିବା ପରି ଘଟଣା ସାରା ଦେଶରେ ଏହି ଭଜନ ସମ୍ରାଟଙ୍କୁ ଚର୍ଚ୍ଚାର ଘେରରୁ ଆଣିଥିବା ବେଳେ ଆଜି ନତାସାଙ୍କ ସହ ଭୁବନେଶ୍ୱରରେ ପହଂଚିଛନ୍ତି ଅନୁପ ଜଲୋଟା । ୨୯ ବର୍ଷିୟା ଜସଲିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଅନୁପ ଜଲୋଟାଙ୍କ ବିଷୟରେ ଚାରିଆଡେ ଚର୍ଚ୍ଚା ହେଲା । ନିଜେ ମଧ୍ୟ ଅନୁପ ଏହାକୁ ସ୍ୱୀକାର କଲେ ଓ ଏହି ସମ୍ପର୍କ ଏକ ପବିତ୍ର ପ୍ରେମ ସମ୍ପର୍କ ବୋଲି ମଧ୍ୟ କହିଥିଲେ । କିନ୍ତୁ ବିଗ ବସରେ ଏକ ନାଟକୀୟ ମୋଡ ଆସିଲା । ଆଉ ଏହାସହ ବିଗ ବସରୁ ବାଦ ପଡିଥିଲେ ଅନୁପ ଜଲୋଟା । ଏବଂ କହିଥିଲେ ଜସଲିନଙ୍କ ସହ ସମ୍ପର୍କ ବାପା ଝିଅର ସମ୍ପର୍କ ପରି ଥିଲା ଓ ସବୁକିଛି ନାଟକ ଥିଲା । ଏସବୁ ଭିତରେ ଆଜି ଭୁବନେଶ୍ୱରରେ ନତାସାଙ୍କ ସହ ପହଂଚିଛନ୍ତି ଅନୁପ ଜଲୋଟା ।

ଭାରତର ସବୁଠାରୁ ଲୋକପ୍ରିୟ ଏହି ଭଜନ ସମ୍ରାଟଙ୍କ ବିଗ ବସ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଅନୁପ କହିଛନ୍ତି ସେ ଶୁଦ୍ଧିକରଣ କରିବାକୁ ବିଗ ବସ ଯାଇଥିଲେ । ଯଦି ପୂରା ୯୦ ଦିନ ବିଗ ବସ ହାଉସରେ ରହିଥାନ୍ତେ ତେବେ ସମ୍ପୂର୍ଣ୍ଣ ଶୁଦ୍ଧିକରଣ ହୋଇଥାନ୍ତା ବୋଲି କହିଛନ୍ତି ଅନୁପ । ଏହାସହ ଏହି ଘଟଣାକୁ ଗମ୍ଭୀରତାର ସହ ନିଅ ନାହିଁ, ଚଟଣୀ ଭାବି ଖାଇଦିଅ ବୋଲି କହିଛନ୍ତି ଅନୁପ । ଗୋଟିଏ ପଟେ ଅନୁପ ଓ ଜସଲିନଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କାର୍ତିକ ପୂର୍ଣ୍ଣମୀରେ ପୁରୀରେ ଭଜନ ପରିବେଷଣ କରିବେ ଏହି ଚର୍ଚ୍ଚିତ ଭଜନ ସମ୍ରାଟ । ତାଙ୍କ ସହ ଶିଷ୍ୟା ନତାସା ମଧ୍ୟ ଭଜନ ପରିବେଷଣ କରିବେ ।