ଅନୁଗୁଳରେ ଘଣ୍ଟ ବାଡେଇ କ୍ଷମା ମାଗିବା ପ୍ରସଙ୍ଗ : ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଦୁଷ୍ମନ୍ତ ସାହୁ

35

କନକ ବ୍ୟୁରୋ : ଅନୁଗୁଳରେ ଘଣ୍ଟ ବାଡେଇ କ୍ଷମା ମାଗିବ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଦୁଷ୍ମନ୍ତ ସାହୁ । ନ୍ୟାୟ ପାଇଁ କମିଶନଙ୍କୁ ଗୁହାରି କଲେ ଦୁଷ୍ମନ୍ତ । ପ୍ରଭାବଶାଳୀ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା କମିଶନଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି ।

ଅନୁଗୁଳ ଜିଲ୍ଲା ବନ୍ତଳ ଥାନା ବଡକେରା ପଂଚାୟତ, ଗୁଡିଆପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା । ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିବାରୁ ଗାଁଲୋକେ ୱାର୍ଡ ମେମ୍ବର ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିବା ଅଭିଯୋଗ ହୋଇଥିଲା । ପଂଚାୟତ ନିର୍ବାଚନରେ ନାଏବ ସରପଂଚ ପ୍ରାର୍ଥୀଙ୍କୁ ୮ନମ୍ବର ୱାର୍ଡର ୱାର୍ଡମେମ୍ବର ମଲ୍ଲିକା ସାହୁ ଭୋଟ ଦେଇନଥିଲେ । ଫଳରେ ରାଜନୈତିକ ଆକ୍ରୋଶ ରଖି ମଲ୍ଲିକା ସାହୁ ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟରେ ଗାଁ ଲୋକେ ଦଣ୍ଡ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଜରିମାନା ବାବଦକୁ ୫୦ ହାଜର ଟଙ୍କା ନଦେଲେ ଗାଁ ଗାଁ ବୁଲି ଘଣ୍ଟ ପିଟି ଭୁଲ ମାଗିବାକୁ ବାଧ୍ୟକରିଥିଲେ ଗାଁ ଲୋକେ । ଶେଷରେ ୱାର୍ଡ ମେମ୍ବରଙ୍କ ସ୍ୱାମୀ ଦୁଷ୍ମନ୍ତ ସାହୁ ଗାଁ ଗାଁ ବୁଲି ଘଣ୍ଟ ପିଟି ଭୁଲ୍ ମାଗିଥିଲେ ।

ଦେଖନ୍ତୁ ଏହି ଭିଡ଼ିଓ –