ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ ଯୋଶୀଙ୍କ ସ୍ମୃତିଚାରଣ କରି ଡୁଡ଼ଲ ତିଆରି କଲା ଗୁଗୁଲ୍ ! ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ . . ?

38

ଆମ ଦେଶ ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ ଯୋଶୀ । ୩୧ ମାର୍ଚ୍ଚ ୧୮୬୫ରେ ପୁଣେ ସହରରେ ତାଙ୍କର ଜନ୍ମ । ସେ ସମୟରେ ପାଠପଢ଼ାକୁ ଏତେ ଗୁରୁତ୍ୱ ଦିଆଯାଉ ନଥିଲା । କେବଳ ମହିଳାମାନେ ନୁହେଁ ପୁରୁଷ ଲୋକମାନେ ମଧ୍ୟ ଅଧିକ ଶିକ୍ଷିତ ନଥିଲେ, କିମ୍ବା ପଢ଼ିବାର ସୁଯୋଗ ପାଉନଥିଲେ । ପଢ଼ିବାର ମଧ୍ୟ ସେପରି କୌଣସି ବିଦ୍ଧିବଦ୍ଧ ବ୍ୟବସ୍ଥା ନଥିଲା । ଆଉ ସେହି ସମୟରେ ଆନନ୍ଦି ଗୋପାଲ ମାତ୍ର ୨୧ ବର୍ଷ ବୟସରେ ୧୯୮୬ରେ ଡାକ୍ତରୀ ଡିଗ୍ରି ହାସଲ କରିସାରିଥିଲେ । ଆଉ ଏଥିପାଇଁ ଆଜି ଗୁଗଲ ଡୁଡ଼ଲ ତିଆରି କରି ଆନନ୍ଦି ଗୋପାଲ ଯୋଶୀଙ୍କୁ ତାଙ୍କ ୧୫୩ ତମ ଜନ୍ମଦିବସରେ ସ୍କୁତିଚାରଣ କରିଛି ।

ଆନନ୍ଦି ଗୋପାଲ ଯୋଶୀଙ୍କ ଜୀବନ ସେ ସମୟରେ ଅନ୍ୟ ସାଧାରଣ ମହିଳାଙ୍କ ପରି ହିଁ ବିତୁଥିଲା । ମାତ୍ର ୯ ବର୍ଷ ବୟସରେ ନିଜ ଠାରୁ ୨୦ ବର୍ଷ ବଡ଼ ଗୋପାଲରାଓଙ୍କୁ ସେ ବିବାହ କରିଥିଲେ । ୧୪ ବର୍ଷ ବୟସରେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ସନ୍ତାନ ଜନ୍ମ ହେବାର ୧୦ ଦିନ ପରେ ହିଁ ନବଜାତର ମୃତ୍ୟୁ ହୋଇଯାଇଥିଲା । ପିଲାର ମୃତ୍ୟୁ ତାଙ୍କୁ ଡାକ୍ତର ହେବା ପାଇଁ ଦୃଢ଼ପ୍ରତିଜ୍ଞ ହୋଇଥିଲେ । କାରଣ ସେହି ସମୟରେ ତାଙ୍କ ପିଲାକୁ ବଂଚାଇବା ପାଇଁ ଡାକ୍ତର ନଥିଲେ । ଏଥିପାଇଁ ସେ ପୋନିସିବ୍ଲୋନିଆ ଯାଇ ମେଡ଼ିକାଲ କଲେଜ୍ ( ବର୍ତ୍ତମାନର ଡ୍ରେକ୍ସେଲ ୟୁନିର୍ଭସିଟି କଲେଜ ଅଫ୍ ମେଡ଼ିସିନ୍)ରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଏବଂ ଭାରତର ପ୍ରଥମ ମହିଳା ଡାକ୍ତର ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଡାକ୍ତର ହେବାରଏକ ବର୍ଷ ପରେ ୧୮୮୭ରେ ଟିବିରେ ମାତ୍ର ୨୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ ମରାଠୀ ଉପନ୍ୟାସକାର ଶ୍ରୀ.ଜ.ଯୋଶୀ ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ ଯୋଶୀଙ୍କଙ୍କ ବିଷୟରେ ଉପନ୍ୟାସ ଲେଖିଥିଲେ । ଉପନ୍ୟାସରେ ବର୍ଣ୍ଣନା ହୋଇଛି ଗୋପାଲ ରାଓଙ୍କୁ ବିବାହ ବେଳେ ଆନନ୍ଦିଏକ ସର୍ତ୍ତ କରିଥିଲେ ଯେ ପାଠ ପଢ଼ିବେ । କାରଣ ଆନନ୍ଦିଙ୍କ ବାପଘର ଲୋକ ତାଙ୍କ ପାଠପଢ଼ାକୁ ବିରୋଧ କରୁଥିଲେ । ବିବାହ ସମୟରେ ଆନନ୍ଦି ଅକ୍ଷର ମଧ୍ୟ ଚିହ୍ନି ପାରୁନଥିଲେ । କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଖୁବ ସାହାଯ୍ୟ କରୁଥିଲେ । ଆଉ ଆନନ୍ଦିଙ୍କୁ ଅକ୍ଷର ଲେଖା ଶିଖାଇଲେ । ଏହି ଉପନ୍ୟାସ ଏତେ ପ୍ରସିଦ୍ଧ ତଥା ଲୋକପ୍ରିୟା ହେଲା ଯେ ଅନେକ ଭାଷାରେ ଏହର ଅନୁବାଦ କରାଯାଇଥିଲା ।