ପ୍ରତିକୂଳ ପାଗ ଏବଂ ଦୁର୍ଗମ ଅଞ୍ଚଳରେ ପଡିରହିଛି ଏଏନ୍-୩୨ ର ଧ୍ୱସାଂବଶେଷ ! ଏବେ ପର୍ଯ୍ୟନ୍ତ ପହଂଚି ପାରିନାହିଁ ପର୍ବତାରୋହୀଙ୍କ ଦଳ ।

164

ଆସାମର ଜୋରହାଟ୍ ଏୟାରବେସ୍ ରୁ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍-୩୨ ଏୟାରକ୍ରାଫ୍ଟର ଧ୍ୱସାଂବଶେଷ ମିଳିବା ପରେ ଉକ୍ତ ସ୍ଥାନରେ ପହଂଚିବା ପାଇଁ ପ୍ରୟାସ କରାଯାଉଛି । କିନ୍ତୁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇପାରିନାହାନ୍ତି । ବୁଧବାର ୧୫ ପର୍ବତାରୋହୀଙ୍କୁ ଏମଆଇ-୧୭ଏସ୍ ଏବଂ ଆଡଭାନ୍ସ ଲାଇଟ୍ ହେଲିକ୍ୟାପ୍ଟର (ଏଏଲଏଚ୍) ରେ ଲିଫ୍ଟ କରାଇ ଧ୍ୱସାଂବଶେଷ ମିଳିଥିବା ସ୍ଥାନ ପାଖକୁ ପହଂଚିଥିଲେ । ଯେତେ ପର୍ଯ୍ୟନ୍ତ ସମ୍ଭବ ଏହି ପର୍ବତାରୋହୀ ଏମଆଇ-୧୭ଏସ୍ ଏବଂ ଆଡଭାନ୍ସ ଲାଇଟ୍ ହେଲିକ୍ୟାପ୍ଟରରେ ପହଂଚିଥିଲେ । କିନ୍ତୁ ରାତିର ଅନ୍ଧାରରେ ରାସ୍ତା ଖୋଜିବାରେ ଅସୁବିଧା ହେବାରୁ ସକାଳୁ ପୁଣିଥରେ ଚାଲି ଚାଲି ଉକ୍ତ ସ୍ଥାନକୁ ଯିବାର ଥିଲା ।

ଏହି ୧୫ ପର୍ବତାରୋହୀଙ୍କ ମଧ୍ୟରୁ ୯ ପର୍ବତାରୋହୀ ଭାରତୀୟ ବାୟୁସେନା,୪ ସେନାରୁ ରହିଥିବା ବେଳେ ଏବଂ ଅନ୍ୟ ଦୁଇଜଣ ସାଧାରଣ ପର୍ବତାରୋହୀ ରହିଛନ୍ତି । ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ୍ ଚଲାଇ ଏହି ଦଳ ଏଏନ୍-୩୨ ଏୟାରକ୍ରାଫ୍ଟ ବିବରଣୀ ପଇଠ କରିବେ । ଯେଉଁ ସ୍ଥାନରେ ଏହି ଧ୍ୱସାଂବଶେଷ ମିଳିଛି ତାହା ସଂପୂର୍ଣ୍ଣ ରୁପେ ପାହାଡରେ ଘେରି ରହିଛି । ସେଠାକୁ ଯିବା ପାଇଁ ଚାଲିବା ରାସ୍ତା ମଧ୍ୟ ନାହିଁ । ଖରାପ ପାଗ ଏବଂ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାକୁ ଯିବାକୁ ନାହିନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି ।