ସାରା ଦେଶରେ ବଢ଼ିଲା ଅମୂଲ କ୍ଷୀରର ମୂଲ୍ୟ : ଆଜି ଠାରୁ କ୍ଷୀର ଲିଟର ପିଛା ୨ ଟଙ୍କା ମହଙ୍ଗା 

101

ଦେଶର ସବୁଠୁ ବଡ଼ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ କମ୍ପାନି ଅମୂଲ ନିଜର ଦୁଗ୍ଧ ଦର ବଢାଇଛି । କମ୍ପାନୀ ଲିଟର ପିଛା ୨ ଟଙ୍କା ବଢାଇଛି । ଏହି ବର୍ଦ୍ଧିତ ଦର ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ଠାରୁ ଲାଗୁ ହେବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଆର.ଏସ. ସୋଡି ସୂଚନା ଦେଇଛନ୍ତି । ଏହି ଦର ବୃଦ୍ଧି ଫଳରେ ଅମୁଲ ଫେଡେରେସନ ସହ ଜଡିତ ପ୍ରାୟ ୭ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ । ଏହି ଦରବୃଦ୍ଧି ଅମୂଲର ସବୁ କ୍ଷୀର ବ୍ରାଣ୍ଡ ଯେପରିକି ଗୋଲ୍ଡ ଓ ଶକ୍ତି ପାଇଁ ଲାଗୁ ହେବ ।

ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ଅମୂଲ ନିଜର କେତେକ ପ୍ରକାରର ଦୁଗ୍ଧ ମୂଲ୍ୟ ବଢାଇଥିଲା । ମଇଁଷି କ୍ଷୀର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ଓ ଗାଈ କ୍ଷୀର ମୂଲ୍ୟ ଲିଟର ପିଛା ୪ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା । ଅମୂଲ ପକ୍ଷରୁ ଦର ବୃଦ୍ଧି କରାଯିବା ପରେ ଅନ୍ୟ କମ୍ପାନୀ ଯେପରିକି ମଦର୍ସ ଡାଏରୀ ମଧ୍ୟ ଦର ବୃଦ୍ଧି କରିବାର ସମ୍ଭାବନା ରହିଛି ।