ଟାର୍ଗେଟରେ ମୋଦି ସରକାର : ଆଜି ଇସିଙ୍କ ଦ୍ୱାରସ୍ଥ ହେବେ ୨୨ ବିରୋଧୀ ଦଳ, ଉଠିବ ଇଭିଏମରେ ଗଡ଼ବଡ଼ ମୁଦ୍ଦା

418

କନକ ବ୍ୟୁରୋ : ଆସନ୍ତା ୨୩ ରେ ଇଭିଏମ ରାୟ ଶୁଣାଇବ । ସତ ହେବ କି ବୁଥ ବାହୁଡ଼ା ମତ ? ମୋଦିଙ୍କୁ କଳେବଳେ କୌଶଳେ ଗାଦିଚ୍ୟୁତ କରିବା ପାଇଁ ଲାଗିପଡ଼ିଛନ୍ତି ବିରୋଧୀ । ବୁଥ ବାହୁଡ଼ା ମତ ଆସିବା ପରେ ଆହୁରି ଆକ୍ସନରେ ବିରୋଧୀ ଦଳ । ବିଭିନ୍ନ ଦଳର ନେତା ଓ ପ୍ରବକ୍ତା ପୂର୍ବାନୁମାନକୁ ଯେତେ ଭୁଲ, ଅମୂଳକ ବାଲି ଦାବି କଲେ ବି ପ୍ରାର୍ଥୀମାନଙ୍କ ଭିତରେ କିନ୍ତୁ କମ୍ପନ ସୃଷ୍ଟି ହେଲାଣି। ଆଉ ଏହି ପରିପେକ୍ଷୀରେ ଫଳାଫଳ ଆସିବା ପୂର୍ବରୁ ସରକାର ଗଠନ ଦିଗରେ କେଉଁ ଦିଗକୁ ଗୁରୁତ୍ୱ ଦିଆଯିବ, ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ସରିଛି । ଏହି କ୍ରମରେ ଆଜି ନିର୍ବାଚନ କମିସନଙ୍କୁ ଭେଟିବେ ବିରୋଧୀ ଦଳ ।

ମୋଦି ସରକାକରଙ୍କ ବିରୋଧରେ ଆଜି ଇସିଙ୍କ ଦ୍ୱାରସ୍ଥ ହେବେ ୨୨ ବିରୋଧୀ ଦଳ । ଇଲୋକ୍ଟ୍ରୋନିକ ଭେଣ୍ଡିଂ ମେସିନ(ଇଭିଏମ୍) ଓ ଭିଭିପାଟରେ ଗଡ଼ବଡ଼ି ଅଭିଯୋଗ କରି ନିର୍ବାଚନ କମିସନଙ୍କୁ ଭେଟିବେ ବିରୋଧୀ ଦଳ । ଆନ୍ଧ୍ରପ୍ରଦେଶ ମୁଖ୍ୟୃମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ବିରୋଧୀ ଦଳ ମୋର୍ଚ୍ଚା ସମ୍ଭାଳୁଛନ୍ତି । ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ବିରୋଧୀ ମୋର୍ଚ୍ଚାର ମୁଖ୍ୟ ନାୟକ ସାଜିଛନ୍ତି । ଇଭିଏମରେ ଗଡ଼ବଡ଼ି ଥିବା ନେଇ ଅନେକ ଦିନ ହେଲା ବିରୋଧୀ ଦଳ ଗୁଡ଼ିକ କଥିତ ରୂପରେ ଅଭିଯୋଗ କରିଆସୁଛନ୍ତି । ହେଲେ ଆଜି ଏ ମାମଲାରେ ବିଦ୍ଧିବଦ୍ଧ ଭାବେ ଇସିଙ୍କୁ ଭେଟିବେ ।

ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି ଇଭିଏମରେ ଗଡ଼ବଡ଼ ଅତି ସହଜ । ଫୋନ ଟାପିଂ ପରି ସଜହ ଇଭିଏମରେ ଗଡ଼ବଡ଼ି । ଆଉ ଏଥିପାଇଁ ଭୋଟ୍ ଗଣତି ସମୟରେ ୫୦ ପ୍ରତିଶତ ଭୋଟ୍ ଭିଭିପାଟ ଦ୍ୱାରା ମିଳାଇବା ପାଇଁ ଦାବି କରଛନ୍ତି । ସୂଚନା ଅନୁସାରେ ନିର୍ବାଚନ କମସିନଙ୍କ ଦ୍ୱାରସ୍ଥ ହେଉଥିବା ଦଳ ମଧ୍ୟରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ସାମିଲ ରହିଛି । ଆଜି ନିର୍ବାଚନ କମିସନଙ୍କ ସହ ୩ଅପରାହ୍ନ ୩ଟା ପର୍ଯ୍ୟନ୍ତ ବୈଠକ ହେବ ସ୍ପଷ୍ଟ, ହୋଇଛି । ବିରୋଧୀ ଦଳ ବୈଠକରେ କଂଗ୍ରେସ ମଧ୍ୟ ସାମିଲ ରହିଛି । ତେବେ କଂଗ୍ରେସ ପକ୍ଷରୁ କିଏ ପ୍ରତିନିଧିତ୍ୱ କରିବ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଗତ ରବିବାର ଦନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କୁ ଉପରେ ଅଭିଯୋଗ ଆଣି କହିଥିଲେ ନିର୍ବାଚନ କମିସନ୍ ପକ୍ଷପାତିତା କରୁଛନ୍ତି ।