ବିଜେପିକୁ ସାହା ଶିବସେନା ! ପଦ୍ମ ଧରିବା ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିବେ ଅମିତ ଶାହା

22

କନକ ବ୍ୟୁରୋ : ଦିନକୁ ଦିନ ବିଜେପି ପାଇଁ ଅଡୁଆ ହେଉଛି ବିରୋଧୀଙ୍କ ମେଣ୍ଟ । ଫଳରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇବା ସହିତ ବିଭିନ୍ନ ରାଜ୍ୟରୁ ଧିରେ ଧିରେ କରି ବିଜେପିକୁ ଅଟକାଇବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ଆଉ ଏନେଇ ବିଜେପି ଖେଳିଛି ନୂଆ କାର୍ଡ । ୨୦୧୪ ନିର୍ବାଚନ ପରଠାରୁ ବିଜେପିଠୁଁ ସମଦୂରତା ରକ୍ଷା କରୁଥିବା ଶିବସେନାକୁ ନିଜ ଦଳ ସହିତ ପୁଣି ହାତ ମିଳାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଯେଉଁଥିପାଇଁ ଆସନ୍ତା କାଲି ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ପାଇଁ ଯିବେ ଅମିତ ଶାହା ବୋଲି ଜଣା ପଡିଛି ।

ନିକଟରେ ପାଲଗଢ଼ରେ ହୋଇଥିବ ଲୋକସଭା ନିର୍ବାଚନରେ ବିଜେପିକୁ ସତ୍ତା ମିଳିଛି ସତ କିନ୍ତୁ ବିଜେପିକୁ କଡା ଟକ୍କର ଦେଇଛି ଉଦ୍ଧବ ଠାକରେଙ୍କ ଶିବସେନା । ଅନ୍ୟପଟେ ଶିବସେନା ସାଂସଦ ସଞ୍ଜୟ ରାଓତଙ୍କ କହିବା ଅନୁଯାୟୀ ଅମିତ ଶାହା, ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି । ତେଣୁ ୪ ବର୍ଷ ପରେ ହଠାତ୍ ଅମିତ ଶାହା ଉଦ୍ଧବଙ୍କୁ ଭେଟିବା ପ୍ରସଙ୍ଗ କେନ୍ଦ୍ରୀୟ ରାଜନୀତିରେ ଏକ ପ୍ରକାର ତୁମ୍ଭିତୋଫାନ ଉଠିବାରେ ଲାଗିଛି । ସେପଟେ ବିଜେପିର କହିବା ମୁତାବକ ଦେଶବ୍ୟାପୀ ସମ୍ପର୍କ ଅଭିଯାନ ଚାଲୁଥିବା ଯୋଗୁଁ ଅମିତ ଶାହା ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିବେ । ହେଲେ ଏହି ସାକ୍ଷାତ ପାଲଗଢ଼ ଓ ଭଣ୍ଡାରା-ଗୋନ୍ଦିଆ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ପର୍କ ନଥିବା କହିଛନ୍ତି ବିଜେପି ନେତା ।

ଉଦ୍ଧବଙ୍କୁ ଭେଟିବା ପଛର କାରଣ?
ପାଲଗଢ଼ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ବିଜେପିର ବିଜୟ ହୋଇଛି ସତ କିନ୍ତୁ ବିଜେପିର ନିକଟତର ହେବା ପାଇଁ ସମକକ୍ଷ ହୋଇଛି ଶିବସେନା । ପାଲଗଢ଼ ଲୋକସଭା ଉପ-ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଗାଭିତ ରାଜେନ୍ଦ୍ର ଧେଢ଼ୟା ୨ ଲକ୍ଷ ୭୨ହଜାର ୭୮୦ ଖଣ୍ଡ ଭୋଟ ହାସଲ କରି ବିିଜୟ ହୋଇଥିବାବେଳେ, ଶିବସେନାର ଶ୍ର୍ରୀନିବାସ ଚିନ୍ତାମନ ଭାନଗା ମାତ୍ର ୨୯ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ତେବେ ଏହାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଓତ କହିଛନ୍ତି ଯେ, ଆମେ ଏକାକୀ ଲଢ଼ି ଯଦି ମାତ୍ର କେଇ ହଜାର ଭୋଟରେ ପରାଜିତ ହେଲୁ, ତେବେ ଏଭଳି ଜନ ସମର୍ଥନ ଆଗାମୀ ନିର୍ବାଚନ ପାଇଁ ଶିବସେନାଙ୍କୁ ଶକ୍ତି ଦେବ । ବିଜେପିରେ ବର୍ତ୍ତମାନ ଅସନ୍ତୋଷ ଦେଖା ଦେଇଛି ଯେଉଁଥି ପାଇଁ କିଛି ନେତାମାନେ ଦଳ ମଧ୍ୟ ଛାଡିଥିବା ଘଟଣା ସମ୍ନାକୁ ଆସିଛି । ଏପରିକି ଲୋକମାନେ ମଧ୍ୟ ବିଜେପିକୁ ପ୍ରତ୍ୟାଖାନ କରୁଥିବା କାରଣରୁ ବିଜେପି ଅନ୍ୟ ଦଳ ମାନଙ୍କ ସହିତ ବୁଝାମଣା କରିବା ଆରମ୍ଭ କରିଥିବା ଜଣାପଡୁଛି । ଅନ୍ୟପଟେ ଦୀର୍ଘ ୪ ବର୍ଷ ଧରି ଦୂେଇଥିବା ଶିବସେନାକୁ ହଠାତ୍ ମନେ ପକାଇବା ଏବଂ ରାଜନୈତିକ ଭାଷାରୁ ସ୍ପଷ୍ଟ ହେଉଛି ଯେ ବିଜେପି କେଉଁଠି ନା କେଉଁଠି ଭୟବୀତ ହେବାକୁ ଲାଗିଛି । ବିରୋଧୀଙ୍କ ମେଣ୍ଟରେ ବିଜେପିର ସାଥ କିଏ ଦେବ ଏନେଇ ବାଟ ଖୋଜୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।