‘ଯୋଗ କର ନିରୋଗ ରୁହ’ ନାରା ନେଇ ପାଳନ ହେଉଛି ଯୋଗ ଦିବସ! ଗୁଜୁରାଟ ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଯୋଗ

38

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପୂରା ଦେଶ ଯୋଗ ଦିବସ ପାଳନ କରୁଛି । ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅହମଦାବାଦରେ ଯୋଗ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଯୋଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବର୍ଷା ହୋଇଛି । ତେବେ ଏହାସତ୍ୱେ ଉପସ୍ଥିତ ଲକ୍ଷାଧିକ ଲୋକେ ଯୋଗ କରିଛନ୍ତି । ପାଖାପାଖି ଅଢେଇ ଲକ୍ଷ ଲୋକ ରାମଦେବଙ୍କ ସହ ଏକାଠି ଯୋଗ କରିଛନ୍ତି । ସର୍ବାଧିକ ଲୋକ ଏଠାରେ ଯୋଗ କରିଛନ୍ତି । ତେଣୁ ଏହା ଏକ ବିଶ୍ୱ ରେକର୍ଡ ବୋଲି ଦାବି କରିଛନ୍ତି ଯୋଗଗୁରୁ ବାବା ରାମଦେବ ।

ଏହି ଅବସରରେ ସେ ଯୋଗକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଯୋଗଗୁରୁ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯେତେବେଳେ ମିଳିତ ଜାତିସଂଘକୁ ଯାଇଥିଲେ ସେତେବେଳେ ଯୋଗଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଯେଉଁଥିପାଇଁ ଆଜି ସାରା ବିଶ୍ୱବାସୀ ଯୋଗ କରୁଛନ୍ତି ବୋଲି ରାମଦେବ କହିଛନ୍ତି ।