ଓଡିଶାରେ ରାଷ୍ଟ୍ରାଧ୍ୟକ୍ଷ ଅମିତ ଶାହ ! ଦୁଇ ଦିନିଆ ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ହେବେ ସାମିଲ

13

କନକ ବ୍ୟୁରୋ : ଭୁବନେଶ୍ୱରେ ବିମାନବନ୍ଦରରେ ବିଜେପି ରାଷ୍ଟ୍ରାଧ୍ୟକ୍ଷ ଅମିତ ଶାହ । ଦୁଇ ଦିନିଆ ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଓଡିଶାରେ ପହଂଚିଲେ ଆସିବେ ଅମିତ ଶାହା । ତେବେ ଏୟାରପୋର୍ଟରୁ ବାହାରି ସିଧା ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ ଅମିତ ଶାହ ।

ତେବେ ତାଙ୍କ ସ୍ୱାଗତ ଜୋରଦାର ଭାବେ କରାଯାଇଛି । ଖାଲି ସେତିକି ନୁହେଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅମିତ ଶାହଙ୍କୁ ୧୪୭ଟି ଓ ୨୧ଟି ପଦ୍ମଫୁଲର ମାଳ ପିନ୍ଧାଯିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନର ପ୍ରତୀକ ଭାବେ ଏହି ମଳେ ପିନ୍ଧାଯିବ ।