ଆତ୍ମହତ୍ୟାର ଉପତ୍ୟକା ! ଜନଙ୍କ ଯିଦ୍ ପାଇଁ ଜୀବନ ଦେଲେ ୯୧୮ଜଣ

65

ଆପଣ ବିଶ୍ୱର ଅନେକ ଶାସକଙ୍କ ବିଷୟରେ ଶୁଣିଥିବେ ଯେଉଁମାନଙ୍କ କ୍ରୁରତା ହିଁ ସେମାନଙ୍କ ପରିଚୟ । ନିଜର ଯିଦ୍ ଓ ଅହଙ୍କାର ପାଇଁ ନୀରିହ ଲୋକଙ୍କ ଜୀବନ ମଧ୍ୟ ନେବାକୁ ପଛାନ୍ତି ନାହିଁ ଏମାନେ । ସେହିପରି ଏକ ନିଷ୍ଠୁର ଘଟଣାର କଳାଅଧ୍ୟାୟ ଲେଖା ଯାଇଥିଲା ୧୯୭୮ ନଭେମ୍ବର ୧୮ରେ , ଯେତେବେଳେ ଏକା ସାଙ୍ଗରେ ୯୧୮ ଜଣ ଲୋକ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଆଉ ଯିଏ ମନା କରିଥିଲା ତାକୁ ଜୋର କରି ବିଷ ପିଆ ଯାଇଥିଲା ।

ଏହି ଘଟଣାର ଖଳନାୟକ ଥିଲେ ଆମେରିକାର ଅହଙ୍କାରୀ ଶାସକ ଜିମ୍ ଜୋନ୍ସ । କମ୍ୟୁନିଷ୍ଟ ବିଚାରଧାରାର ଜିମ୍ ନିଜକୁ ସବୁଠାରୁ ବଡ ଯୋଦ୍ଧା ବୋଲି ଭାବୁଥିଲେ । ନିଜକୁ ପ୍ରସିଦ୍ଧ କରିବା ପାଇଁ ସେ ଗରୀବ ମାନଙ୍କୁ ସାହାଯ୍ୟ ନାଁରେ ୧୯୫୬ରେ ପିପୁଲ୍ସ ଟେମ୍ପଲ ନାମକ ଏକ ଚର୍ଚ୍ଚ ନିର୍ମାଣ କରିଥିଲେ । ଏପରିକି ନିଜ କଥାରେ ପ୍ରଭାବିତ କରି ସେ ଅନେକ ଲୋକଙ୍କୁ ନିଜ ଅନୁଗାମୀ ମଧ୍ୟ ବନେଇ ପାରିଥିଲେ ।

ତାଙ୍କ ଚିନ୍ତାଧାରା ଅମେରିକା ସରକାରଙ୍କଠାରୁ ଅଲଗା ଥିବାରୁ ନିଜ ଅନୁଗାମୀଙ୍କ ସହ ସେ ଦକ୍ଷିଣ ଆମେରିକାର ଗୁୟାନାକୁ ଚାଲି ଯାଇଥିଲେ । ତେବେ ଗୁୟାନାରେ ପହଂଚିବା ପରେ ହିଁ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଥିଲା । ସେ ଲୋକ ମାନଙ୍କୁ ୧୧ଘଂଟାରୁ ଅଧିକ ସମୟ କାମ କରାଉଥିଲେ । ଏପରିକି ସେ ଭାଷଣ ଦେବା ସମୟରେ କାହାକୁ ଶୋଇବାକୁ ଦିଆ ଯାଉନଥିଲା ।

ଯେତେବେଳେ ଆମେରିକା ସରକାର ଲୋକ ମାନଙ୍କୁ ଉଦ୍ଧାର କରିବାକୁ ଚାହିଁଲେ ସେତେବେଳେ ଜିମ୍ ଏହାକୁ ସରକାରୀ ନୃଶଂସତା କହି ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ । ସେ କହିଥିଲେ ସରକାରକୁ ଜବାବ ଦେବାକୁ ହେଲେ ସମସ୍ତଙ୍କୁ ଏକା ସାଥୀରେ ଆତ୍ମହତ୍ୟା କରିବାକୁ ପଡିବ । ନଚେତ୍ ସରକାର ସେମାନଙ୍କ ପିଲା ଓ ମହିଳା ମାନଙ୍କୁ ହଇରାଣ କରିବେ ।

ତେବେ ଯେଉଁମାନେ ଆତ୍ମହତ୍ୟା କରିବାକୁ ଅରାଜି ହୋଇଥିଲେ ସେମାନଙ୍କୁ ଜୋରକରି ବିଷ ପିଆଯାଇଥିଲା । ପ୍ରଥମେ ମହିଳା ଓ ପିଲାମାନଙ୍କୁ ବିଷ ଦିଆଯାଇଥିଲା । ତେବେ ଏହି ଗଣ ଆତ୍ମହତ୍ୟାରେ ୨୭୬ଜଣ ଛୋଟ ପିଲା ଥିଲେ । ବିଶ୍ୱ ଇତିହାସରେ ଏହା ଏପରି ଏକ ଘଟଣା ଥିଲା ସାରା ଦୁନିଆକୁ ଦୋହଲାଇ ଦେଇଥିଲା ।

ଏହା ସହ ଦେଖନ୍ତୁ ଶେଷ ରାତି ହେଲା ଲଜ୍ଜାର ରାତି ! ବେଙ୍ଗାଲୁରୁରେ ନୂଆ ବର୍ଷ ପୂର୍ବଦିନ ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା