ଶ୍ରେଷ୍ଠ ମନୋରଞ୍ଜନ ଉଦ୍ୟୋଗପତି ଭାବେ “ଭେରାଇଟି ୫୦୦” ଲିଷ୍ଟରେ ସ୍ଥାନ ପାଇଲେ ଅମ୍ବାନୀ ବ୍ରଦର୍ସ ! 

39

ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀ, ଭାଇ ଅନୀଲ ଅମ୍ବାନୀ, ବଲିଉଡ୍ ଷ୍ଟାର ସଲମାନ ଖାନ୍, ଓ ପ୍ରିୟଙ୍କା ଚୋପ୍ରା ଆଦି ୧୨ ଜଣ ଭାରତୀୟଙ୍କ ନାମ ‘ଭେରାଇଟି’ ପତ୍ରିକାରେ ମନୋରଞ୍ଜନ ଉଦ୍ୟୋଗରେ ୫୦୦ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ସ୍ଥାନ ପାଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟମାନେ ହେଉଛନ୍ତି ଲେଖକ ତଥା ସିନେ ନିର୍ଦ୍ଦେଶକ କରଣ ଜୋହର, ଷ୍ଟାର୍ ଇଣ୍ଡିଆର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ଉଦୟ ଶଙ୍କର, ଏସେଲ୍ ଗ୍ରୁପ୍ର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର, ୟଶରାଜ୍ ଫିଲ୍ମସ୍ର ଆଦିତ୍ୟ ଚୋପ୍ରା, ବାଲିଜୀ ଟେଲି ଫିଲ୍ମସ୍ର ଏକ୍ତା କପୁର୍, ଜି ଏଣ୍ଟର୍ଟନ୍ମେଣ୍ଟ୍ର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ପୁନିତ ଗୋଇଙ୍କା ଏବଂ ଫିଲ୍ମ ତଥା ଟେଲିଭିଜନ ପ୍ରଯୋଜକ ସିଦ୍ଧାର୍ଥ କପୁର୍।

 

ଏ ସଂପର୍କରେ ‘ଭେରାଇଟି’ େଓ୍ଵବ୍ସାଇଟ୍ରେ ଅପ୍ଲୋଡ ହୋଇଛି ସେ ଏହି ଅପ୍ଡେଟ୍ ପ୍ରତିବର୍ଷ ହୋଇଥାଏ। ୧୨ ମାସ ପର୍ୟ୍ୟନ୍ତ ଏପରି ୫୦୦ ବଛାଯାଇଥିବା ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ େଓ୍ଵବ୍ସାଇଟ୍ରେ ଦେଖାଯାଇ ପାରିବ। ଏହି ଚୟନ ‘ଭେରାଇଟି’ର ସମ୍ପାଦନା ମଣ୍ଡଳୀ କରିଥାନ୍ତି। ଏଥିପାଇଁ ସମ୍ପାଦନା ମଣ୍ଡଳୀଙ୍କୁ ବହୁ ଗବେଷଣା କରିବାକୁ ପଡ଼ିଥାଏ।