୨୦ ଜାନୁୟାରୀରୁ ଆରମ୍ଭ ହେବ ଆମାଜନ୍ ଗ୍ରେଟ ଇଣ୍ଡିଆନ୍ ସେଲ : ଜାଣନ୍ତୁ କେଉଁ ସାମଗ୍ରୀରେ କେତେ ମିଳିବ ରିହାତି

240

ଆମାଜନ୍ ଜାନୁଆରି ୨୦ରୁ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ଆରମ୍ଭ କରିବାକୁ ଯାଉଛି। ଏହା ୨୩ ଜାନୁଆରି ପର୍ଯ୍ୟନ୍ତ ଚାଲିବ । ଆପଣ ଯଦି କୌଣସି ସାମଗ୍ରୀ କିଣିବାକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆମାଜନ୍ ଏହି ସେଲରେ ଗ୍ରାହକଙ୍କ ପାଇଁ ବିଭନ୍ନ ପ୍ରକାର ଖାସ୍ ଅଫର ରଖିଛି। ଆମାଜନର ପ୍ରାଇମ୍ ମେମ୍ବର ପାଇଁ ଏହି ସେଲ୍ ଜାନୁଆରି ୧୯ ରାତି ୧୨ଟାରୁ ଆରମ୍ଭ ହୋଇଯିବ।

ଆମାଜନ୍ ଏହି ସେଲ ଏଚଡିଏଫସି ବ୍ୟାଙ୍କ ସହିତ ମିଶି ଆରମ୍ଭ କରିଛି। ଏହାର ଅର୍ଥ ଏଚଡିଏଫସି ବ୍ୟାଙ୍କର କାର୍ଡ ଯେଉଁ ଗ୍ରାହକଙ୍କ ପାଖରେ ରହିବ ତାଙ୍କୁ କିଣାକିଣି ସମୟରେ ୧୦ ପ୍ରତିଶତ ରିହାତି ମିଳିବ। ଏହି ରିହାତି ଉଭୟ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଗ୍ରାହକଙ୍କୁ ମିଳିବ। ସପିଂ ପାଇଁ ଗ୍ରାହକଙ୍କୁ ଇଏମଆଇର ବିକଳ୍ପ ବି ରହିବ।

ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲରେ ୧୦କୋଟିରୁ ଅଧିକ ସାମଗ୍ରୀ ମିଳିବ। ଏହି ସାମଗ୍ରୀ ସପିଂ ବେଳେ ନୋ-କଷ୍ଟ ଇଏମଆଇରେ ଉପଲବ୍ଧ ହେବ। ଫ୍ୟାସନ୍ ସାମଗ୍ରୀ କିଣା କିଣି କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଲୋକମାନଙ୍କୁ ଫ୍ୟାସନ୍ ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିବ। ୨୦ରୁ ୨୩ ଜାନୁଆରି ପର୍ଯ୍ୟନ୍ତ ଚାଲୁଥିବା ଏହି ସେଲରେ ୬୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକ ଛାଡ ପାଇପାରିବେ। ପ୍ରଥମ ଅର୍ଡରରେ ମାଗଣା ହୋମ୍ ଡେଲିଭରି ସୁବିଧା ବି ମିଳିବ।

ଏଥିସହିତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ବି ରିହାତି ରହିବା ସହିତ ଏକ୍ସଚେଞ୍ଜ୍ ଅଫର ବି ରହିଛି। ଆମାଜନରେ ଲାପଟପ୍, ହେଡଫୋନ୍, କ୍ୟାମେରା ଓ ହାର୍ଡ ଡ୍ରାଇଭ୍ ସମେତ ବିଭିନ୍ନ ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ୫୦,୦୦୦ରୁ ଅଧିକ ସାମଗ୍ରୀ ତାର ଅଧା ମୂଲ୍ୟ କିମ୍ବା ତା’ ଠାରୁ କମ୍ ମୂଲ୍ୟରେ ମିଳିବ।