ଆଲିଗଡରେ ହିଟଲରୀ ଶାସନ ! ଝିଅଙ୍କୁ ମନା ମୋବାଇଲ ଓ ଜିନ୍ସ

40

କଳାଟଙ୍କା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାସଲେସ ଟ୍ରାଞ୍ଜାକାସନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମୋବାଇଲ ଦ୍ୱାରା ସହଜ ଓ ସୁବିଧାରେ କାରବାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । କିନ୍ତୁ ଏପଟେ ଆଲିଗଡର ଖେର ତହସିଲର “ଫତେଗାହି’ ଗ୍ରାମରେ ହୋଇଥିବା ମହାପଞ୍ଚାୟତରେ ଝିଅ ମାନଙ୍କୁ ମୋବାଇଲ ବ୍ୟବହାର ଓ ଜିନ୍ସ ଓ ଟି-ସାର୍ଟ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗା ଯାଇଛି ।ଏହି ମହାପଞ୍ଚାୟତରେ ଜୁଆ ଖେଳିବା ଓ ମଦ ପିଇବା ଉପରେ ମଧ୍ୟ ଜୋରିମାନା କରିବା ପାଇଁ ନିଷ୍ପତି ହୋଇଛି ।

ମହାପଞ୍ଚାୟତ ପରିଷଦର ଅଧ୍ୟକ୍ଷ,ନେକ୍ରମ ଚୈାଧୁରୀ କହିଛନ୍ତି ଏଇ ମହାଞ୍ଚାୟତରେ ୨୦୦ ଲୋକ ଏକାଠି ହୋଇ ଏଇ ନିଷ୍ପତିରେ ସହମତି ପ୍ରକାଶ କରିଛନ୍ତି ।  ସେମାନଙ୍କ ମତରେ ଜିନ୍ସ, ଟି- ସାର୍ଟ ପିନ୍ଧିବା ଓ ମୋବାଇଲ ବ୍ୟବହାର ଭାରତୀୟ ପ୍ରଥାକୁ ବିରୋଧ କରୁଛି । ଯଦି  ଝିଅମାନେ ଏଇ ନିଷ୍ପତିକୁ ଉଲ୍ଲଂଘନ କରନ୍ତି ତାଙ୍କୁ ଉଚିତ ଦଣ୍ଡ ବିଧାନ ମଧ୍ୟ କରାଯିବ ।

“ଫତେଗାହି’ ଗାଁର ପ୍ରଧାନ ଭଗବତୀ ପ୍ରସାଦଙ୍କ କହିବା ଅନୁସାରେ ଗାଁର ସମସ୍ତ ଲୋକ ଏ ନିଷ୍ପତିକୁ ଲାଗୁ କରିବା ପାଇଁ ରାଜି ହୋଇଛନ୍ତି । ଏହାସହ ଜୁଆ ଖେଳୁଥିବା ସମୟରେ ଯହି କେହି ଧରା ପଡନ୍ତି ସେ ୫୦୦ ଟଙ୍କା ଜୋରିମାନା ଦେବେ । ଏଇ ଖେଳକୁ ଅନୁମତି ଦେଇଥିବା ଲୋକ ୩,୧୦୦ ଟଙ୍କା ଜୋରିମାନା ଦେବାକୁ ବାଧ୍ୟ ହେବେ ।

ମଦ ବିକ୍ରି କରୁଥିବା ଲୋକ ୫୦୦୦ ଟଙ୍କା ଜୋରିମାନା ଦେବା ସହ ପିଇବା ଲୋକ ଦେବ ୫୦୦ଟଙ୍କା ଜୋରିମାନା ଦେବାର ନିଷ୍ପତି ହୋଇଛି ତେଣୁ ଯଦି କେହି ଜୋରିମାନା ଦେବାକୁ ଅସମର୍ଥ ହୋଇ ଥାଆନ୍ତି ସେମାନେ ଗାଁର ଡ୍ରେନ ସଫା କରିବେ ପାଇଁ ନିଷ୍ପତି ହୋଇଛି ।