ପିଲାବେଳେ ହୋଇଥିଲି ଯୌନ ନିର୍ଯାତନାର ଶିକାର ! ଅକ୍ଷୟ କୁମାରଙ୍କ ଚାଂଚଲ୍ୟକର ବୟାନ୍

53

ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ଏକଥା ଆଉ କେହି ନାହିଁ ନିଜେ ଅକ୍ଷୟ କୁମାର କହିଛନ୍ତି । ନିକଟରେ ହ୍ୟୁମାନ୍ ଟ୍ରାଫିକିଙ୍ଗ୍ ଉପରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଅକ୍ଷୟ ପିଲାବେଳେ ହୋଇଥିବା ଯୌନ ନିର୍ଯାତନାର ତିକ୍ତ ଅନୁଭୂତିକୁ ବଖାଣିଛନ୍ତି ।

ଅକ୍ଷୟ କହିଛନ୍ତି , ଦିନେ ସେ ଲିଫ୍ଟରେ ଯିବା ବେଳେ ଲିଫ୍ଟମ୍ୟାନ୍ ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲା । ସେତେବେଳେ ତାଙ୍କ ବୟସ ପ୍ରାୟ ୬ ବର୍ଷ ହୋଇଥିଲା । ତେବେ ଅକ୍ଷୟ ତୁରନ୍ତ ଏନେଇ ତାଙ୍କ ବାପା ମା’ଙ୍କୁ ଜଣାଇଥିଲେ । ପରେ ଜଣା ପଡିଥିଲା ଲିଫ୍ଟମ୍ୟାନ୍ ଜଣକ ପୂର୍ବରୁ ମଧ୍ୟ ଅନେକ ଧର ଅନ୍ୟମାନଙ୍କ ସହ ଏପରି ବ୍ୟବହାର କରିଛି । ଏହା ସହ ଅକ୍ଷୟ କହିଛନ୍ତି ଏହି ଘଟଣାକୁ କେବେ ବି ଭୁଲି ପାରିବେନି ।

ଦିନକୁ ଦିନ ପିଲାମାନଙ୍କ ସହ ଏଭଳି ଘଟଣା ବଢିଚାଲିଛି । କାର୍ଯ୍ୟକ୍ରମରେ ଏହି କଥା ଉପରେ ଆଲୋଚନା କରିବା ସହ ଅକ୍ଷୟ କହିଥିଲେ ବାପା ମା’ ପିଲାମାନଙ୍କୁ ଏନେଇ ସଚେତନ କରିବା ଉଚିତ୍ । ଫଳରେ ଯଦି କେହି ସେମାନଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରେ ତେବେ ସେମାନେ ଏନେଇ ଖୋଲିକି ନିଜ ବାପା ମା’ଙ୍କ ସହ କଥା ହୋଇପାରିବେ  ।