କ୍ରିକେଟର ଆଜିଙ୍କ୍ୟା ରାହାଣେଙ୍କ ବାପାଙ୍କୁ ଜାମିନରେ ଛାଡିଲା ପୁଲିସ୍ ! ମହିଳାଙ୍କ ଉପରେ କାର ଚଢ଼ାଇ ଦେଇଥିବା ଅଭିଯୋଗରେ ହୋଇଥିଲେ ଗିରଫ

42

କନକ ବ୍ୟୁରୋ : କ୍ରିକେଟର ଆଜିଙ୍କ୍ୟା ରାହାଣେଙ୍କ ବାପାଙ୍କୁ ଗିରଫ ପରେ ଜାମିନରେ ଛାଡିଲା ପୁଲିସ୍ । ଜଣେ ମହିଳାଙ୍କ ଉପରେ କାର ଚଢ଼ାଇ ଦେଇଥବା ଅଭିଯୋଗରେ ଆଜିଙ୍କ୍ୟାଙ୍କ ବାପା ବାବୁରାଓ ରାହାଣେଙ୍କୁ ଗିରଫ କରିଥିଲା ପୁଲିସ୍ । ଶୁକ୍ରବାର ସକାଳେ କୋହ୍ଲାପୁରରେ ବାବୁରାଓଙ୍କ କାର ଆଶା କାମ୍ବଲେ ନାମକ ଜଣେ ମହିଳାଙ୍କୁ ଧକା ଦେଇଥିଲା । ଏଥିରେ ଆଶା ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ଆଜିଙ୍କ୍ୟାଙ୍କ ବାପାଙ୍କୁ ଗିରଫ କରିଥିିଲା ପୁଲିସ୍ । ଗଣମାଧ୍ୟମର ସୂଚନା ଅନୁଯାୟୀ ମଧୁକର ବାବୁରାଓ ରାହାଣେ ଭୋର ସମୟରେ ୪ନମ୍ବର ଜାତୀୟ ରାଜପଥରେ ନିଜ ହୁଣ୍ଡାଇ ଆଇ ଟ୍ୱୋଂଟି କାରରେ ଯାଉଥିଲେ । ଗାଡିରେ ରାହାଣେଙ୍କ ବାପାଙ୍କ ସମେତ ପୂରା ପରିବାର ଥିଲେ । ସେମାନେ ମୁମ୍ବାଇ ଯାଉଥିଲେ । କିନ୍ତୁ କଙ୍ଗଲ ଟ୍ରାଫିକ୍ ନିକଟରେ ଆଶା ହଠାତ୍ ତାଙ୍କ ସମୁଖକୁ ଚାଲି ଆସିଥିଲେ । ଫଳରେ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ଗାଡିକୁ ପିଟିଥିଲେ ବାବୁରାଓ । ତାପରେ ମହିଳାଙ୍କୁ ଧକା ଦେଇଥିଲେ ।