‘ଗୋଲମାଲ୍ ଏଗେନ୍’ର ଟ୍ରେଲର ପରେ ରିିଲିଜ ହେଲା ସିନେମାର ଟାଇଟଲ ଟ୍ରାକ୍ ! ୧୨ ଘଂଟା ମଧ୍ୟରେ କଲା ରେକର୍ଡ଼

15

ଅଜୟ ଦେବଗନଙ୍କ ଆଗାମୀ ସିନେମା ‘ଗୋଲମାଲ ଏଗେନ’କୁ ନେଇ ଦର୍ଶକଙ୍କ ମନରେ ଧୀରେ ଧୀରେ ଉତ୍କଣ୍ଠା ବଢିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିବା ସିନେମାର ଟ୍ରେଲରକୁ ଅନେକ ଲୋକ ଦେଖୁଥିବାର ସୂଚନା ମିଳିଛି । ଏପରିସ୍ଥଳେ ଦର୍ଶକଙ୍କ ଉତ୍ସୁକତାକୁ ବଜାୟ ରଖିବା ପାଇଁ ନିର୍ମାତା ସିନେମାର ଟାଇଟଲ ସଙ୍ଗକୁ ମଧ୍ୟ ରିଲିଜ କରିଦେଇଛନ୍ତି । କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଟ୍ରେଲର । ଯାହାକୁ ଦର୍ଶକ ଅନେକ ପସନ୍ଦ କରିଥିଲେ । ତେବେ ସୂଚନା ଅନୁସାରେ ଗତକାଲି ରିଲିଜ ହୋଇଥିବା ଟାଇଟଲ ଗୀତ, ୧୨ ଘଂଟାରୁ ମଧ୍ୟ କମ ସମୟ ମଧ୍ୟରେ ୯ ଲକ୍ଷରୁ ଦର୍ଶକ ଦେଖିସାରିଛନ୍ତି । ଏହି ଗୀତ ଗାଇଛନ୍ତି ବ୍ରିଜେଶ ଶାଣ୍ଡିଲ୍ୟ ଓ ଅଦିତି ସିଂ ଶର୍ମା । ଏହି ଗୀତରେ ଅଜୟ ଦେବଗନ ସିଂଘମ ସିନେମାର କିଛି ଷ୍ଟେପ୍ ମଧ୍ୟ କରୁଥିବାର ନଜର ଆସୁଛନ୍ତି ।

ଏହାସହ ଅଜୟ ଦେବଗନ ତାଙ୍କ ପ୍ରଥମ ସିନେମା ‘ଫୁୁଲ ଔର କାଣ୍ଟେ’ର ବାଇକ ଷ୍ଟଂଟ କରୁଥିବା ଭଲି ମଧ୍ୟ କିଛି ଦୃଶ୍ୟ ରହିଛି । ତେବେ ଏହି ଗୀତରେ ଅଜୟ ଦୁଇଟି କାର ମଧ୍ୟରେ ଛିଡା ହୋଇ ଆସୁଥିବାର ଦେଖାଯାଇଛି । ସିିନେମାର ଟ୍ରେଲର ଓ ଟାଇଟଲ ଗୀତରୁ ଲାଗୁଛି ସିନେମା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ‘ଗୋଲମାଲ ଏଗେନ’ ରିଲିଜ ପୂର୍ବରୁ ହିଁ ରେକର୍ଡ଼ ସୃଷ୍ଟି କରିବାରେ ଲାଗିଲାଣି । ଟ୍ରେଲରରୁ ଏବେ ୧୫ ମିଲିୟନରୁ ଅଧିକ ଲୋକ ଦେଖି ସାରଛନ୍ତି । ତେବେ ରିଲିଜ ପରେ ହିଁ ଜଣାପଡ଼ିବ କେତେ ସଫଳ ହେଉଛି ଆଉ କେତେ ରେକର୍ଡ଼ ସୃଷ୍ଟି କରୁଛି ସିନେମା ।