ଏୟାର ଏସିଆର ବଡ ଘୋଷଣା ! ୩ଟି ପ୍ରଶ୍ନର ସଠିକ ଉତ୍ତର ଦିଅନ୍ତୁ, ବର୍ଷକ ଯାଏଁ ମିଳିବ ମାଗଣା ଫ୍ଲାଇଟ ଟିକେଟ ।

100

ଅର୍ନ୍ତଜାତୀୟ ବିମାନ ସେବା କମ୍ପାନି ଏୟାର ଏସିଆର ବଡ ଘୋଷଣା । ମାତ୍ର ୩ଟି ପ୍ରଶ୍ନର ଉତ୍ତର ଦେଇ ବର୍ଷକ ପାଇଁ ଫ୍ରିରେ ପାଇପାରିବେ ଟିକେଟ । ତେବେ ଏଥିପାଇଁ କମ୍ପାନି ପକ୍ଷରୁ ହେବାକୁ ଥିବା ଫେସବୁକ ଲାଇଭ ସୋରେ ଭାଗ ନେବାକୁ ପଡିବ । ଫେସବୁକ ଲାଇଭ ସୋରେ ୩ଟି ପ୍ରଶ୍ନର ଉତ୍ତର ଦେବା ପରେ ଏୟାର ଏସିଆ ଭାଗ୍ୟଶାଳୀ ବିଜେତାଙ୍କ ନାଁ ଘୋଷଣା କରିବ । ଯେଉଁ ବ୍ୟକ୍ତି ଭାଗ୍ୟଶାଳୀ ବିଜେତା ହେବେ ତାଙ୍କୁ ଏୟାର ଏସିଆ ପକ୍ଷରୁ ବର୍ଷକ ପାଇଁ ଫ୍ରି ଟିକେଟ ଦେବାକୁ ଘୋଷଣା କରିଛି ଏୟାର ଏସିଆ ।


କମ୍ପାନି ପକ୍ଷରୁ ଫେସବୁକ ପେଜରେ କୁହାଯାଇଛି ଯେ, ୧୭ ଜୁଲାଇ ରାତି ୮ଟାରୁ ୯ଟା ଏକ ଘଣ୍ଟା ପର୍ଯ୍ୟନ୍ତ ଫେସବୁକ ଲାଇଭ ଶୋ ହେବ । ଆଉ ଏହି ଶୋ ସମୟରେ ପ୍ରତି ୨୦ ମିନିଟରେ ଗୋଟିଏ ଲେଖାଏଁ ପ୍ରଶ୍ନ ପଚରାଯିବ । ଅଥାର୍ତ ୧ ଘଣ୍ଟାର ଲାଇଭ ଶୋ ମଧ୍ୟରେ ୩ଟି ପ୍ରଶ୍ନ ପଚରାଯିବ । ଆଉ ଠିକ୍ ଉତ୍ତର ଦେଇଥିବା ଭାଗ୍ୟଶାଳୀ ବିଜେତାଙ୍କ ନାଁ ଘୋଷଣା କରାଯିବ । ଏହି ଫେସବୁକ ଶୋ ର ନାଁ ରହିଛି । ଭାଗ୍ୟଶାଳୀ ବିଜେତାଙ୍କୁ ଫ୍ରିରେ ବର୍ଷକ ଯାଏଁ ଟିକେଟ ମିଳିବାକୁ ଥିବା ବେଳେ ଅନ୍ୟ ବିଜେତାଙ୍କ ପାଇଁ ମଧ୍ୟ ପୁରସ୍କାର ଥିବା କହିଛି ଏୟାର ଏସିଆ ।

ତେବେ ଏହି ଫେସବୁକ ଲାଇଭ ଶୋ ବାବଦରେ କମ୍ପାନି ଭାରତ ପାଇଁ ଉଦ୍ଦିଷ୍ଟ ଥିବା ଫେସବୁକ ପେଜରେ ସେୟାର କରିନାହିଁ ବରଂ କମ୍ପାନି ନିଜର ଅର୍ନ୍ତଜାତୀୟ ଫେସବୁକ ପେଜରେ ଏହା ବିଷୟରେ ସୂଚନା ଦେଇଛନ୍ତି । ତେବେ କେଉଁ କେଉଁ ଦେଶର ଲୋକ ଏହି ଫେସବୁକ ଲାଇଭ ଶୋରେ ଭାଗ ନେବେ ତାହା କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।