ରୋଗୀଙ୍କ ପାଇଁ ଆସିଲା ଅଚ୍ଛେ ଦିନ୍ ! ଦିଲ୍ଲୀ ଏମ୍ସରେ ୫୦୦ ଟଙ୍କାରୁ କମ ଟଙ୍କାର ଟେଷ୍ଟ ହୋଇପାରେ ମାଗଣା

46

ଧୀରେ ଧୀରେ ଆସୁଛି ମୋଦି ସରକାରଙ୍କ ଅଚ୍ଛେ ଦିନ୍ । ରୋଗୀଙ୍କ ପାଇଁ ଦେଶର ବଡ଼ ମେଡ଼ିକାଲ ଏମ୍ସର ଉପହାର । ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଏମ୍ସ ରୋଗୀଙ୍କୁ ଦେଇଛି ଖୁସି ଖବର । ଏବେଠାରୁ ଏମ୍ସକୁ ଆସୁଥିବା ରୋଗୀମାନେ ୫୦୦ ଟଙ୍କାରୁ କମ ମୁଲ୍ୟର ଟେଷ୍ଟ ବିଲକୁଲ ମାଗଣାରେ କରିପାରିବେ । ଏମ୍ସ ଏହି ଯୋଜନା ଉପରେ କାମ କରୁଛି । ଖୁବ୍ ଶୀଘ୍ର ଏହାକୁ ଲାଗୁ କରାଯିବା ବୋଲି ଏମ୍ସ ତରଫରୁ ସୂଚନା ମିଳିିଛି । ଏହି ପ୍ରସ୍ତାବକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପଠାଯିବ ।

ଯଦି ଏହି ପ୍ରସ୍ତାବ ପାରିତ ହୋଇଗଲା ତେବେ ରୋଗୀଙ୍କୁ ଦିଲ୍ଲୀ ଏମ୍ସରେ ରକ୍ତ ପରୀକ୍ଷା, ଏକ୍ସରେ, ଅଲଟ୍ରାସାଉଣ୍ଡ ପରି ଅନେକ ଟେଷ୍ଟ ପାଇଁ ବିଲକୁଲ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ । ଏମ୍ସର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏ ଯୋଜନା ଉପରେ ଏବେ କାମ ଚାଲିଛି । ଯଦି ଏହି ଯୋଜନା ଲାଗୁ ହୁଏ ତେବେ ଆମକୁ ପ୍ରାଇଭେଟ୍ ୱାର୍ଡ଼ର ମୂଲ୍ୟ ବୃଦ୍ଧି କରିବା ପାଇଁ ପଡ଼ିବ ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ , ଏମ୍ସକୁ ପ୍ରତି ଦିନ ହଜାର ହଜାର ରୋଗୀ ଅସନ୍ତି ଏବଂ ଅନେକ ଟେଷ୍ଟ କରନ୍ତି । କେଳବ ଏତିକି ନୁହଁ ମେଡିକଲରେ ବହୁତ ରୋଗୀ ଭର୍ତ୍ତି ମଧ୍ୟ ହୁଅନ୍ତି । ଏମ୍ସ ପ୍ରତି ବର୍ଷ ପାଖାପାଖି ୧୦୧ କୋଟି ଟଙ୍କାର ଆୟ କେବଳ ଏହି ପ୍ରକାରର ଟେଷ୍ଟ, ଆଡ଼ମିସନ ଫି ଓ ରେଜିଷ୍ଟ୍ରେସନ ଫିରୁ ହିଁ ଆଦାୟ କରିଥାଏ ।

ଏମ୍ସର ୧୫ ଜଣିଆ ଡାକ୍ତରଙ୍କ କମିଟି ଏହି ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ଏହି କମିଟି ମେଡ଼ିିକାଲକୁ ଆସୁଥିବା ରୋଗୀମାନେ ଯେଉଁ ପ୍ରକାର ଅସୁବିଧା ଭୋଗନ୍ତି ତାହା କପରି ଦୂର ହେବ ସେ ଦିଗ ଉପରେ ମଧ୍ୟ ଗରୁତ୍ୱ ଦେଉଛି । ଏମ୍ସର ନିର୍ଦ୍ଦେଶକଙ୍କ ଅନୁସାରେ ଏନେଇ ଯଦି ଆମେ ପ୍ରାଇଭେଟ ୱାର୍ଡ଼ର ମୂଲ୍ୟ ବୃଦ୍ଧି କରୁ ଏଥିରେ ଲୋକଙ୍କୁ ବେଶୀ କିଛି ପ୍ରଭାବ ପଡ଼ିବ ନାହିଁ । କାରଣ ବେସରକାରୀ ମେଡିକାଲରେ ଗୋଟିଏ କକ୍ଷର ମୂଲ୍ୟ ପାଖାପାଖି ୫୦୦୦ ରୁ ୧୦୦୦ ହୋଇଥାଏ । ଉକ୍ତ ମୂଲ୍ୟ ତୁଳନାରେ ଏମ୍ସର ସୁବିଧା ବହୁତ ଶସ୍ତା ବୋଲି ସେ କହିଛନ୍ତି ।