ଏମ୍ସରେ ପ୍ରଫେସର ପଦବୀରେ ବାହାରିଲା ନିଯୁକ୍ତି ! ୬୭୦୦୦ ରୋଜଗାର କରିବାର ରହିଛି ସୁଯୋଗ ।

46

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେଜ୍ ଯୋଧପୁର(ଏମ୍ସ ଯୋଧପୁର) ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି । ଏହି ବିଜ୍ଞପ୍ତିରେ ପ୍ରଫେସର ଏବଂ ଆସିଷ୍ଟାଣ୍ଟ୍ ପ୍ରଫେସର ଏବଂ ଅନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରୀ କରାଯାଇଛି । ଯେଉଁ ଇଚ୍ଛୁକ ଏବଂ ଉପଯୁକ୍ତ ପ୍ରାର୍ଥୀ ମାନେ ଏହି ନିୟୁକ୍ତିରେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ସେମାନେ ନିମ୍ନରେ ଦିଆଯାଇଥିବା ବିବରଣୀକୁ ପଢିନିଅନ୍ତୁ ।

ସମ୍ପୁର୍ଣ୍ଣ ବିବରଣୀ :

ଆବେଦନ କରିବା ପାଇଁ ସର୍ବୋମୋଟ ୭୩ ଟି ସିଟ୍ ରହିଛି ।

ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨

ଆସୋସିଏଟ୍ ପ୍ରଫେସର : ୧୮

ଆଡିଶନାଲ୍ ପ୍ରଫେସର : ୧୮

ପ୍ରଫେସର : ୨୫

ଯୋଗ୍ୟତା : ଆଶାୟୀପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ସର୍ଜିକାଲ୍ ସ୍ପେଶାଲିଟିଜ୍ ଏମ୍ ଡି/ଏମ୍ ଏସ୍ ଏବଂ ଏମ୍ ସି ଏଚ୍ ରେ ପୋଷ୍ଟ୍ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିବେ । ମେଡିକାଲ୍ ସୁପର୍ ସ୍ପେଶାଲିଟିଜ୍ ପାଇଁ ଡିଏମ୍ ହୋଇଥିବା ଆବଶ୍ୟକ । ଏହାସହ ୧୨ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଏକ୍ସପେରିଏନ୍ସ ଥିବା ଦରକାର ।

ବୟସସୀମା : ଆଶାୟୀପ୍ରାର୍ଥୀଙ୍କ ବୟସସୀମା ୫୦ ରୁ ଅଧିକ ହୋଇନଥିବ ।

ଦରମା :

ଆସିଷ୍ଟାଣ୍ଟ୍ ପ୍ରଫେସର : ୧୫,୬୦୦ ରୁ ୩୯,୧୦୦ ଟଙ୍କା

ଆସୋସିଏଟ୍ ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା

ଆଡିଶନାଲ୍ ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା

ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା

ଆବେଦନ ଫିସ୍ :

ଜେନେରାଲ୍ ଏବଂ ଓବିସି : ୩୦୦୦

ଏସସି/ଏସଟି : ୧୦୦୦

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଜରିଆରେ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ ।

ଅନ୍ତିମ ତାରିଖ : ୨୪ ଅଗଷ୍ଟ ୨୦୧୮

କିଭଳି କରିବେ ଆବେଦନ : ଅଧିକ ଜାଣିବା ପାଇଁ aiimsjodhpur.edu.in  ୱେବସାଇଟକୁ କ୍ଲିକ୍ କରନ୍ତୁ ।

ଜବ୍ ଲୋକେସନ୍ : ଯୋଧପୁର(ରାଜସ୍ଥାନ)