ପୁଣି ଚର୍ଚ୍ଚାରେ ନଗଡା ! ଜଣେ ଶିଶୁର ମୃତ୍ୟୁ, ଅସୁସ୍ଥ ଅବସ୍ଥାରେ ଜଣକୁ ଅଣାଗଲା ଯାଜପୁର ରୋଡ ହସପିଟାଲ

31

କନକ ବ୍ୟୁରୋ: ପୁଣି ନଗଡାରେ ବ୍ୟାପୁଛି ଜ୍ୱର । ଆଉ ଏହାର ଶୀକାର ହୋଇଛନ୍ତି କୋମଳମତି ଶିଶୁ । ଜ୍ୱରରେ ୩ ଦିନ ତଳେ ଜଣେ ଶିଶୁର ଜୀବନ ଯାଇଥିବାବେଳେ ଆଉ ଜଣେ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତି ହୋଇଛି । ଜ୍ୱରର କାରଣ ଏଯାଏଁ ଜଣାପଡିନାହିଁ ।

ଗତବର୍ଷ ନଗଡାରେ ଅପପୁଷ୍ଟିର ଶିକାର ହୋଇ ୧୯ ଶିଶୁଙ୍କର ଜୀବନ ଯାଇଥିଲା । ଏହି ମୃତ୍ୟୁକୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା ନଗଡା । ତାପରେ ସରକାରୀ ଅଧିକାରୀଙ୍କ ପାଦ ପଡିଥିଲା ନଗଡାକୁ । ଆଉ ରାଜ୍ୟ ସରକାର ନଗଡାର ଉନ୍ନତି ପାଇଁ ସ୍ୱତନ୍ତ୍ର ଟ୍ୟାସ୍କ ଫୋର୍ସ ଗଠନ କରିଥିଲେ ।