ଜିଓ ପରେ ନୋକିଆ ଆଣିଲା ନୂଆ ଫିଚର ଫୋନ୍ ! ଚାଲିବ ଫେସବୁକ ଏବଂ ହ୍ୱାଟସଆପ୍ ।

55

ରିଲାଏନ୍ସ ଜିଓ ନିଜ ବ୍ୟବହାରକାରୀଙ୍କ ପାଇଁ ଅନେକ ବଡ ଘୋଷଣା କରିଛି । ଏଥିମଧ୍ୟରେ ଜିଓ ଗିଗା ଫାଇବର ଏବଂ ଜିଓ ଫୋନ୨ ଲଞ୍ଚ ହୋଇସାରିଛି । ଏମିତି ଏକ ବଡ ଘୋଷଣା କରାଯାଇଛି ଯେଉଁଥିପାଇଁ ଦେଶର ୨.୫ କୋଟି ଜିଓ ଫୋନ ବ୍ୟବହାରକାରୀ ଅନେକ ଦିନରୁ ଅପେକ୍ଷା କରିଥିଲେ । ଏହି ଘୋଷଣା ଜିଓ ଫୋନ ବ୍ୟବହାରକାରୀଙ୍କ ମୁହଁରେ ହସ ଆଣିଦେଇଛି । ଜିଓର ୪ଜି ଫିଚର୍ସ ଫୋନରେ ହ୍ୱାଟ୍ସଆପ, ଫେସବୁକ୍ ଏବଂ ୟୁଟ୍ୟୁବ ଭଳି ଫିଚର୍ସ ଯୋଡାଯାଇଛି । ବ୍ୟବହାରକାରୀ ଏହି ସେବାର ଲାଭ ଅଗଷ୍ଟ ମାସ ୧୫ ତାରିଖରୁ ନେଇପାରିବେ ।

ତେବେ ଜିଓଫୋନ ଭଳି ୪ଜି ଫିଚର୍ସ ଫୋନ ତିଆରି କରୁଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ ମଧ୍ୟ ନିଜ ନୋକିଆ ଫୋନରେ ହ୍ୱାଟସଆପ, ଫେସବୁକ ଭଳି ଫିଚର୍ସ ଯୋଡିବାକୁ ଯାଉଛି । ଏହାର ଘୋଷଣା ଏଚଏମଡି ଗ୍ଲୋବାଲର ମୁଖ୍ୟ ଟ୍ୱିଟର ମାଧ୍ୟମରେ କରିଛନ୍ତି । କିନ୍ତୁ ଏହି ସେବା କେବେଠାରୁ ଆରମ୍ଭ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ନୋକିଆ ୮୮୧୦ ଏକ ସ୍ଲାଇଡର ଓପନିଙ୍ଗ ଫିଚର ଫୋନ ଅଟେ । ନୋକିଆ ୮୮୧୦ରେ ୫୧୨ ଏମବି ରାମ ଏବଂ ୪ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି । ନୋକିଆ ୮୮୧୦ରେ ୨ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ଫୋନରେ ୧୫୦୦ ଏମଏଚର ବ୍ୟାଟେରୀ ମଧ୍ୟ ରହିଛି । କମ୍ପାନୀର କହିବା କଥା ଫୋନଟି ଲମ୍ବା ବ୍ୟାଟେରୀ ବ୍ୟାକଅପ୍ ଦେଇପାରିବ । କମ୍ପାନୀର କହିବା ଅନୁଯାୟୀ, ଗୋଟିଏ ଥରେ ଏହି ଫୋନଟିକୁ ଫୁଲ ଚାର୍ଜ କରାଗଲେ ୯ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରଯାଇପାରିବ । ତେବେ ସିଙ୍ଗାପୁରଠାରେ ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ଏହାର ମୂଲ୍ୟ ୯୮ ସିଙ୍ଗାପୁର ଡଲାର ଅର୍ଥାତ ପାଖାପାଖି ୪,୯୦୦ ଟଙ୍କା ହେବ ।