ଟ୍ରେନରୁ ଖସି କଟିଯାଇଥିଲା ଗୋଡ଼ ! କୁତ୍ରିମ ଗୋଡ଼ ଲଗାଇ ଭାରତ ଭ୍ରମଣ କଲେ ରାୟଗଡ଼ାର ସତୀଶ, ଲିମକା ବୁକ୍ ଅଫ ରେକର୍ଡ଼ରେ ମିଳିଲା ସ୍ଥାନ

49

ଟ୍ରେନରୁ ଖସି ଦୁଇ ଗୋଡ଼ ହରାଇଥିଲେ ରାୟଗଡ଼ାର ଜି.ସତୀଶ କୁମାର । ଏପରି ଦୁର୍ଘଟଣାରେ ମନକୁ ଟାଣ କରି ଆଗକୁ ବଢ଼ିବା ବହୁତ କଷ୍ଟକର ହୋଇଯାଏ । କିନ୍ତୁ ସତୀଶ ଏପରି ପ୍ରତିକୂଳ ପରିସ୍ଥିତିକୁ ଖୁବ ସାହସର ସହିତ ସାମ୍ନା କରିଥିଲେ । ହାର ନମାନି ଆଗକୁ ବଢ଼ିଚାଲିଥିଲେ । ଗୋଡ଼ ନଥାଇ ମଧ୍ୟ ସେ ଭାରତ ଭ୍ରମଣରେ ବାହାରିଥିଲେ । ନିଜର ବୁଲେଟ୍ ମୋଟର ସାଇକେଲରେ ୫୦ ହଜାର କିମି ଭ୍ରମଣ କରି ସେ ସୁନାମ ଅର୍ଜନ କରିଛନ୍ତି । ୨୦୧୬ ସେପ୍ଟେମ୍ବର ୨ ତାରିଖତରେ ସେ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିଥିଲେ । ସତୀଶ ମୋଟ ୨୯ଟି ରାଜ୍ୟ ସମେତ ୫ଟି କେନ୍ଦ୍ରଶାସିତ ଅଂଚଳ ଭ୍ରମଣ କରିଛନ୍ତି । ଆଉ ଏଥିପାଇଁ ତାଙ୍କୁ ପ୍ରାୟ ୧୬୫ ଦିନ ଲାଗିଥିଲା । ସତୀଶଙ୍କ ଏହି ଭ୍ରମଣ ଯୋଗୁଁ ଲିମକା ବୁକ ଅଫ ରେକର୍ଡ଼ରେ ତାଙ୍କୁ ସ୍ଥାନ ମିଳିଛି । ଆଗ।ମୀ ସମୟରେ ଗିନିଜ ବୁକ୍ ଅଫ ରେକର୍ଡ଼ରେ ମଧ୍ୟ ତାଙ୍କ ନାଁ ରହିବ ବୋଲି କୁହାଯାଉଛି ।

ଏବେ ସତୀତଙ୍କୁ ୩୭ ବର୍ଷ । ଏମବିଏ ଡିଗ୍ରିିଧାରୀ ସତୀଶଙ୍କ ଏହି କାହାଣୀ ସମସ୍ତଙ୍କ ପାଇଁ ନିଶ୍ଚୟ ପ୍ରେରଣା ସୃଷ୍ଟି କରିବ । ଏପରି ଦୁର୍ଘଟଣାଗ୍ରସ୍ତ ହେଉଥିବା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବା ସହ ସ୍ୱପ୍ନ ପୂରଣ କରିବା ପାଇଁ ରାସ୍ତା ଦେଖାଇବ । ତେବେ ସତୀଶଙ୍କ ଏହି ସାହସିକ ଯାତ୍ରା ପାଇଁ ତାଙ୍କୁ ବତ୍ତର୍ମାନ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଛି । ଜିଲ୍ଲାପାଳ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ୨୦୦୫ ମସିଆରେ ଟ୍ରେନରେ କଟି ସତୀଶ ତାଙ୍କର ଦୁଇ ଗୋଡ଼ ହରାଇଥିଲେ । ଏତେ ବଡ଼ ଦୁର୍ଘଟଣାର ଶିକାର ହେଲେ ମଧ୍ୟ ହାର ମାନି ନଥିଲେ ସତୀଶ । ସେ ସ୍ୱାଭାବିକ ଜୀବନ ବିତାଇବା ପାଇଁ ଚେଷ୍ଟା କରିିଲେ ଓ କୁତ୍ରିମ ଗୋଡ଼ ଲଗାଇ ଆଗକୁ ବଢ଼ିଲେ । ତେବେ ପୂର୍ବରୁ ସେ ୧୯ ଜାହାର କିମି ଭ୍ରମଣ କରି ରେକର୍ଡ କରିଥିଲେ । ଆଉ ସେ ଏବେ ତାଙ୍କୁ ପୁରୁଣା ରେକର୍ଡ଼କୁ ଭାଙ୍ଗିଛନ୍ତି ।