ଦୀପକ ତିଜୋରୀଙ୍କୁ ଧୋକ୍କା ! ବିବାହର ୨୦ବର୍ଷ ପରେ ଜାଣିଲେ ମହିଳା ଜଣଙ୍କ ତାଙ୍କ ପତ୍ନୀ ନୁହଁନ୍ତି

28

ଚର୍ଚ୍ଚାରେ ନବେ ଦଶକର ଅଭିନେତା ଦୀପକ୍ ତିଜୋରୀ । କିନ୍ତୁ କୌଣସି ସିନେମା ପାଇଁ ନୁହେଁ, ନିଜ ବ୍ୟକ୍ତିଗତ ଜୀବନକୁ ନେଇ  । ଦୀପକଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ଖବର  । ଦୀର୍ଘ ୨୦ବର୍ଷ ଧରି ଯାହା ସହ ଦୀପକ ଏକାଠି ରହୁଥିଲେ ଏବେ ଜଣାପଡିଛି ସେ ତାଙ୍କ ପତ୍ନୀ ନୁହେଁ ଆଉ କାହା ପତ୍ନୀ  ।

ସୂଚନା ମୂତାବକ, ପତ୍ନୀ ଶିବାନୀ କିଛି ଦିନ ହେବ ଦୀପକଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲେ । ଶେଷରେ ଦୀପକଙ୍କୁ ନିଜ ଘରୁ ମଧ୍ୟ ବାହାର କରିଦେଇଛନ୍ତି ଶିବାନୀ । ଏହା ପରେ ସେ ଦୀପକଙ୍କଠାରୁ ଛାଡପତ୍ର ପାଇଁ ଏକ ମାମଲା ରୁଜୁ କରିବା ସହ ମେଂଟେନାନ୍ସ ପାଇଁ ବଡ ପରିମାଣର ଟଙ୍କା ଦାବି କରିଛନ୍ତି ।

ତେବେ ଦୀପକ ଯେତେବେଳେ କାଉସିଲରଙ୍କ ସାହାଯ୍ୟ ନେଲେ ସେତେବେଳେ ଏକ ଚାଂଚଲ୍ୟକର ଖୁଲାସା ହେଲା । ଶିବାନୀ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇନାହାନ୍ତି । ଅର୍ଥାତ୍ ଦୀପକଙ୍କ ସହ ତାଙ୍କ ବିବାହ ଅବୈଧ ବା ବେଆଇନ୍ । କହିବାକୁ ଗଲେ ଶିବାନୀ ଦୀପକଙ୍କ ପତ୍ନୀ ନୁହଁନ୍ତି ବରଂ ତାଙ୍କ ପ୍ରଥମ ସ୍ୱାମୀଙ୍କ ପତ୍ନୀ ।