ଜେଲ୍ ଯିବେ କରୀନାଙ୍କ ରିଲ୍ ମା’ ! ପଢନ୍ତୁ ଘଟଣା ପଛର କାହାଣୀ

42

କରୀନା କପୁରଙ୍କ ରିଲ୍ ମା’ ଯିବେ ଜେଲ୍ । ସିନେମା ‘ବଜରଙ୍ଗୀ ଭାଇଜାନ୍’ରେ ବେବୋଙ୍କ ମା’ ଭୂମିକାରେ ଅଭିନୟ କରିଥିବା ଅଲକା କୌଶଲଙ୍କୁ ପଂଜାବ ଜିଲ୍ଲା ଅଦାଲତ୍ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏକ ଚେକ୍ ବାଉନ୍ସ ମାମଲାରେ ଅଲକା ଏବଂ ତାଙ୍କ ମା’ ବିରୋଧରେ ଅଦାଲତ ଏହି ରାୟ ଶୁଣାଇଛନ୍ତି ।

ଖବର ମୂତାବକ , ଧାରାବାହିକ ନିର୍ମାଣ ପାଇଁ ଅଲକା ନିଜର ଜଣେ ସଂପର୍କୀୟ ଅବତାର୍ ସିଂହଙ୍କ ଠାରୁ ୫୦ଲକ୍ଷ ଉଦ୍ଧାର ନେଇଥିଲେ । ପରେ ସେହି ଟଙ୍କାକୁ ୨୫-୨୫ଲକ୍ଷ କରି ଦୁଇଟି ଚେକ୍ ଦେଇଥିଲେ । କିନ୍ତୁ ଦୁଇଟି ଯାକ ଚେକ୍ ବାଉନ୍ସ ହୋଇଯାଇଥିଲା । ଫଳରେ ଅଲକାଙ୍କ ବିରୋଧରେ ଅବତାର୍ ମାମଲା ରୁଜୁ କରିଥିଲେ । ଯାହାର ଶୁଣାଣିରେ ଅଲକାଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ହୋଇଛି ।

ଅଲକା ଛୋଟପରଦା ଲୋକପ୍ରିୟ ଧାରାବାହିକ ‘ସ୍ୱରାଗିନୀ’ରେ ନଜର ଆସିଥିଲେ । ଏହା ବାଦ୍ ଧାରାବାହିକ ‘କବୁଲ୍ ହୈ’ରେ ଖଳନାୟିକା ଭାବେ ଦମଦାର୍ ଅଭିନୟ କରିଥିଲେ ।